ସୁବର୍ଣ୍ଣପୁର, ୨ ଅଗଷ୍ଟ (ହି.ସ.)- ସୋନପୁରର ବରପୁତ୍ର ତଥା କୋଶୋଲି ଭାଷା ସାହିତ୍ୟ ସଂସ୍କୃତିର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମଦିନ । ବିଶିଷ୍ଟ କବି, ଲେଖକ ତଥା ଭାଷାବିତ୍ ସମ୍ବଲପୁରୀ ଭାଷାକୁ ପରିଚୟ ଦେଇଥିବାର ସେଇ ମହାନ ବ୍ୟକ୍ତିତ୍ୱ ଜନ୍ମ ଦିନକୁ ସାରା ପଶ୍ଚିମ ଓଡ଼ିଶାରେ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଏ । ଏହି ଅବସରରେ ଅଗଷ୍ଟ ୧ ତାରିଖ ଦିନ ସୋନପୁର- ସମ୍ବଲପୁର ରାସ୍ତା ପାର୍ଶ୍ଵ ବ୍ଲକ ଛକ ନିକଟରେ ସମ୍ବଲପୁରୀ ଦିନ୍ ୨୦୨୫ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଓ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ , ସୋନପୁର ବ୍ଲକ ଅଧ୍ୟକ୍ଷ ପ୍ରହଲ୍ଲାଦ ନାୟକ, ବୀର ମହାରାଜ ପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ଅରବିନ୍ଦ ବାରିକ ,ନାଟ୍ୟଶ୍ରୀ ଗଦା ଧର ବାରିକ , ଯୁବ ନେତା ଅମିୟ ରଞ୍ଜନ ଦାଶ ଓ ଶ୍ରଦ୍ଧାଞ୍ଜଳୀ ମିଶ୍ର ଯୋଗ ଦେଇ ସମ୍ବଲପୁରୀ ଦିନ ପାଳନ ର ମହତ୍ତ୍ୱ ଓ କୋଷୋଲି ଭାଷା ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ସର୍ଗତ ସତ୍ୟ ନାରାୟଣ ବହିଦାର ଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ l ସଭା ପ୍ରାରମ୍ଭରେ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ଫଟୋଚିତ୍ର ରେ ଅତିଥି ମାନେ ଧୂପ ଦୀପ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ଅବସରରେ ବିଶିଷ୍ଟ କଳାକାର ଶାଶ୍ଵତ ତ୍ରିପାଠୀ ଏବଂ ସହଯୋଗୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ସୋନପୁର ର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ୱାଦିକ, ସାହିତ୍ୟକ, ସଂସ୍କୃତି ସମ୍ପର୍ଣ୍ଣ ବ୍ୟକ୍ତି, ବରିଷ୍ଠ ନାଗରିକ ଯୋଗ ଦେଇ ଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ, କଳାକାର ଅତିଥି ଙ୍କ ସହ ସମ୍ବଲପୁରୀ ନାଚ ଗୀତ ରେ ଖୁବ୍ ମଜା ନେଇ ଥିଲେ l ଯାହାକି ସୋନପୁର ସହରର ଶତାଧିକ ଦର୍ଶକ , ବସ ଯାତ୍ରୀ ଉପଭୋଗ କରିଥିଲେ । ଏହି ଉତ୍ସବ ସଂଯୋଜନା ରେ ଶ୍ରୀ ବହିଦାର ସ୍ମୁତି କମିଟି ର ଅରୁଣ ବହିଦାର, ବିବେକା ପଣ୍ଡା, ସନ୍ତୋଷ ମିଶ୍ର, ଦେବାଶିଷ ପଟ୍ଟନାୟକ, ପ୍ରମୋଦ କୁମାର ସାହୁ, ବେଣୁଧର ପଧାନ, ଲଡୁ କିଶୋର ମଲ୍ଲିକ, ସୁଶାନ୍ତ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ