ନିଆଁ ଲାଗି ପୋଡ଼ି ପାଉଁଶ ହେଲା ପ୍ରାୟ ୭୦ ଲକ୍ଷ ଟଙ୍କାର ଶାଢ଼ୀ ଓ ଆସବାବପତ୍ର
ବାରିପଦା, ୨ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ଉଦଳା ମାର୍କେଟର କେନ୍ଦ୍ର ସ୍ଥଳରେ ସ୍ବର୍ଗତଃ ପ୍ରଦୀପ ପରିଡ଼ାଙ୍କ ନିୟୁ ଶାଢ଼ୀ ମହଲରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ନିମିଷକ ମଧ୍ୟରେ ପୋଡ଼ି ପାଉଁଶରେ ପରିଣତ ହୋଇଗଲା ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଶାଢ଼ୀ ଓ ଆସବ
ନିଆଁ ଲାଗି ପୋଡ଼ି ପାଉଁଶ ହେଲା ପ୍ରାୟ ୭୦ ଲକ୍ଷ ଟଙ୍କାର ଶାଢ଼ୀ ଓ ଆସବାବପତ୍ର


ବାରିପଦା, ୨ ଅଗଷ୍ଟ (ହି.ସ.)- ମୟୂରଭଞ୍ଜ ଜିଲ୍ଲା ଉଦଳା ମାର୍କେଟର କେନ୍ଦ୍ର ସ୍ଥଳରେ ସ୍ବର୍ଗତଃ ପ୍ରଦୀପ ପରିଡ଼ାଙ୍କ ନିୟୁ ଶାଢ଼ୀ ମହଲରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିଲା ଭୟାବହ ଅଗ୍ନିକାଣ୍ଡ । ନିମିଷକ ମଧ୍ୟରେ ପୋଡ଼ି ପାଉଁଶରେ ପରିଣତ ହୋଇଗଲା ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଶାଢ଼ୀ ଓ ଆସବାବପତ୍ର । ଦମକଳ ବାହିନୀ ଦୀର୍ଘ ୩ ଘଣ୍ଟାର ଉଦ୍ୟମ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡିଛି, ଶୁକ୍ରବାର ବିଳମ୍ବିତ ରାତିରେ ସ୍ବର୍ଗତଃ ପ୍ରଦୀପ ପରିଡ଼ାଙ୍କ ନିୟୁ ଶାଢ଼ୀ ମହଲରେ ଲାଗିଥିବା ସର୍ଟର ଦେଇ ବାହାରକୁ ଧୂଆଁ ବାହାରୁ ଥିବାର ରାତ୍ରୀ ଜଗୁଆଳୀ ଦେଖିବାକୁ ପାଇଥିଲେ ଏବଂ ସଂଗେ ସଙ୍ଗେ ଦୋକାନର ମାଲିକ ସ୍ବର୍ଗତଃ ପ୍ରଦୀପ ପରିଡାଙ୍କ ପୁଅ ବାବୁ ପରିଡ଼ା ସହ ନିଆଁ ଲାଗିଥିବା ଦୋକାନକୁ ଲାଗି ରହିଥିବା ଅନ୍ୟ ଦୋକାନର ମାଲିକ ଓ ଦମକଳ ବାହିନୀଙ୍କୁ ଫୋନ କରିଥିଲା । ଖବର ପାଇ ଦମକଳ ବାହିନୀ ଓ ବାବୁ ପରିଡ଼ା, ବଣିକ ସଂଘ ସଭାପତି ରବୀନ୍ଦ୍ର କୁମାର ପରିଡ଼ା ପ୍ରମୁଖ ବ୍ୟବସାୟୀମାନେ ପହଞ୍ଚି ଥିଲେ । ବାବୁ ପରିଡ଼ା ଦୋକାନର ସର୍ଟର ଖୋଲିବା ପରେ ଭିତରେ ହୁ ହୁ ହୋଇ ନିଆଁ ଜଳୁଥିବାର ଦେଖିବାକୁ ପାଇଥିଲେ । ଅଗ୍ନିଶମ ବାହିନୀ ପ୍ରାୟ ୩ ଘଣ୍ଟାର ଉଦ୍ୟମ ପରେ ନିଆଁ ଲିଭାଇବାରେ ସଫଳ ହୋଇଥିଲେ । ଏହି ଭୟାବହ ଅଗ୍ନିକାଣ୍ଡରେ ନିୟୁ ଶାଢ଼ୀ ମହଲରେ ଥିବା ବନାରସୀ, ପାଟ୍ଟ, ସମ୍ବଲପୁରୀ ଆଦି ସମସ୍ତ ମୂଲ୍ୟବାନ ଶାଢ଼ୀ ସହ ମହିଳାମାନଙ୍କ ସମସ୍ତ ମୂଲ୍ୟବାନ ପୋଷାକ ଆଦି ଜଳିପୋଡ଼ି ପାଉଁଶ ହୋଇଯାଇଥିଲା । ଉକ୍ତ ଅଗ୍ନିକାଣ୍ଡ ସର୍ଟ ସର୍କିଟ କାରଣରୁ ଘଟିଥିବାର ଅନୁମାନ କରାଯାଉଛି । ଲାଗିଥିବା ନିଆଁରେ ଦୋକାନର ପ୍ରାୟ ୭୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ନଷ୍ଟ ହୋଇଯାଇଛି ବୋଲି ବାବୁ ପରିଡ଼ା ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande