ଅରବିନ୍ଦ ନଗର ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା
ଜୟପୁର, ୨ ଅଗଷ୍ଟ (ହି.ସ.)-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଲୋକେଶ ପ୍ରଧାନ(ବିକ୍ରମ ଦେବ ମହାବିଦ୍ୟାଳୟର ଗଣିତ ପ୍ରଫେସର), ସମ୍ମାନୀତ ଅତିଥି ଭାବେ ସତ୍ୟବାଦୀ ମିଶ୍ର( ବିଦ୍ୟାଳୟ ସମ୍ପାଦକ), ଦୁର୍ଗା ମାଧବ ଦାଶ (ଉପ
ଅରବିନ୍ଦ ନଗର ଶିଶୁ ବିଦ୍ୟା ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା


ଜୟପୁର, ୨ ଅଗଷ୍ଟ (ହି.ସ.)-ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଅରବିନ୍ଦ ନଗର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଲୋକେଶ ପ୍ରଧାନ(ବିକ୍ରମ ଦେବ ମହାବିଦ୍ୟାଳୟର ଗଣିତ ପ୍ରଫେସର), ସମ୍ମାନୀତ ଅତିଥି ଭାବେ ସତ୍ୟବାଦୀ ମିଶ୍ର( ବିଦ୍ୟାଳୟ ସମ୍ପାଦକ), ଦୁର୍ଗା ମାଧବ ଦାଶ (ଉପ ସଭାପତି), ଶ୍ରୀମତୀ କବିତା ସାହୁ( ଦକ୍ଷିଣ ସମ୍ଭlଗ ସଦସ୍ୟl) ଉପସ୍ଥିତ ରହିଥିଲେ l ପ୍ରଧାନ ଆଚାର୍ଯ୍ଯ ଡକ୍ଟର ରମଣୀ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଏବଂ ବିଦ୍ୟାଳୟ ବିଜ୍ଞାନ ପ୍ରମୁଖ ଅନିଲ କୁମାର ଶତପଥୀଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ଶିଶୁ ବର୍ଗ, ବାଲବର୍ଗ, କିଶୋର ବର୍ଗ ଶିଶୁ ଭାଇ ଭଉଣୀ ମାନେ ଭାଗ ନେଇଥିଲେ l ବିଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପତ୍ରବlଚନ, ବିଜ୍ଞାନ ପ୍ରକଳ୍ପ, ଗଣିତ ପ୍ରଶ୍ନମଞ୍ଚ, ଗଣିତ ପତ୍ରବlଚନ, ଗଣିତ ପ୍ରକଳ୍ପ, ସଂସ୍କୃତିଜ୍ଞାନ ପତ୍ରବlଚନ, କଥାକଥନ, ମୂର୍ତ୍ତୀକଳା ଇତ୍ୟାଦି ପ୍ରତିଯୋଗିତା ଗୁଡିକ ହୋଇଯାଇଛି l ପି. ସିମାଦ୍ରି ଆପନା, ସିପ୍ରା ରାଣୀ ଦାସ, ଦୁର୍ଗା ପ୍ରସାଦ ଦାଶ, ବିଦେଶୀ ଜେନା, କୃଷ୍ଣଚନ୍ଦ୍ର ଗୌଡ଼, ବିପିନ କୁମାର ପାତ୍ର ବିଚାରକ ମଣ୍ଡଳୀ ଉପସ୍ଥିତ ରହି ବିଜ୍ଞାନ ପ୍ରକଳ୍ପ ଉପରେ ବିଚାର କରିଥିଲେ l ପୁରସ୍କୃତ ଶିଶୁ ଭାଇ ଭଉଣୀ ସଙ୍କୁଳ ଜ୍ଞାନ ବିଜ୍ଞାନ ମେଳା ନିମନ୍ତେ ମନୋନୀତ ହୋଇଛନ୍ତି l ବନ୍ଦେ ମାତରମ୍ ପରେ କାର୍ଯ୍ୟକ୍ରମଟି ଶେଷ ହୋଇଥିଲା l

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande