ଗଞାମ, ୨ ଅଗଷ୍ଟ (ହି.ସ.)- ଅନେକ ସମୟରେ କୋର୍ଟ କଚେରୀରୁ ସାକ୍ଷ୍ୟ ଦେବାକୁ ବିଶେଷ କରି ବରିଷ୍ଠ ନାଗରିକ ମାନଙ୍କୁ କୋର୍ଟ ପକ୍ଷରୁ ସମନ ହୋଇଥାଏ। ସମନ ପାଇଥିଵା ବ୍ୟକ୍ତି କେସ ବିଷୟରେ କିଛି ଜାଣିନଥିଲେ ମଧ୍ୟ ଓ ସାକ୍ଷ୍ୟ ଦେବା ସମ୍ପର୍କରେ କୌଣସି କାଗଜପତ୍ରରେ ସହମତି ଦେଇନଥିଲେ ମଧ୍ୟ ଜଣେ ବୃଦ୍ଧ ବ୍ଯକ୍ତିଙ୍କ
ନିକଟକୁ ଆଜି ଵ୍ରହ୍ମପୁର ଆଡିସିନାଲ ଚିଫ ଜୁଡିସିନାଲ ମାଜିଷ୍ଟ୍ରେଟଙ୍କ ଠାରୁ ନୋଟିସ ଦିଆଯାଇଛି ଯେ, ଆସନ୍ତା ୬-୮--୨୫ରେ କୋର୍ଟରେ ହାଜର ହୋଇ ଜିଆର ମାମଲା ନମ୍ବର
୮୮୮/୨୦୧୯ ର ସାକ୍ଷ୍ଯ ପ୍ରଦାନ କରିଵାକୁ ଅନୁପସ୍ଥିତ ରହିଲେ ସଂପୃକ୍ତ ବୃଦ୍ଧଙ୍କ ବିରୋଧରେ ୱାରେଣ୍ଟ ଜାରି ହେଵ ଵୋଲି ନୋଟିସ ରେ ଉଲ୍ଲେଖ ରହିଛି। ସଂପୃକ୍ତ ବୃଦ୍ଧ ଜଣକ କୌଣସି ମାମଲାରେ ସାକ୍ଷୀ ନୁହନ୍ତି ବୋଲି କହିବାସହ ୭୯ ଵର୍ଷ ବୟସରେ ଚାଲିବାର ଶକ୍ତି ନଥିବାଵେଳେ ଦୃଷ୍ଟିଶକ୍ତି ହରାଇଥିଵା ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗୀ l ଯାହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ଧରଣର ଵହୁଘଟଣା ଲୋକଲୋଚନକୁ ଆସିଵା ସହ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ