ସ୍ୱାଧୀନତା ଦିବସ ପାଇଁ ଜମନକିରାରେ ବ୍ଲକ ସ୍ତରୀୟ ପ୍ରସ୍ତୁତି
ସମ୍ବଲପୁର, ୦୨ ଅଗଷ୍ଟ (ହି.ସ.) - ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ହେବାକୁ ଥିବା ସ୍ୱାଧୀନତା ଦିବସ ପାଇଁ ଆଜି ଜମନକିରା ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ଜାନୁଆରୀ ୨୬ ତାରିଖ ଦିନର ବିବରଣୀ ପଠନ କେସିଅର
ସ୍ଵାଧୀନତା ଦିବସ ପାଇଁ ଜମନକିରାରେ ବ୍ଲକ ସ୍ତରୀୟ ପ୍ରସ୍ତୁତି


ସମ୍ବଲପୁର, ୦୨ ଅଗଷ୍ଟ (ହି.ସ.) - ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ହେବାକୁ ଥିବା ସ୍ୱାଧୀନତା ଦିବସ ପାଇଁ ଆଜି ଜମନକିରା ବ୍ଲକ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗତ ଜାନୁଆରୀ ୨୬ ତାରିଖ ଦିନର ବିବରଣୀ ପଠନ କେସିଅର ପ୍ରଭାତ ଗୁରୁ ପଠନ କରିଥିବା ବେଳେ ବିଏସଏସଓ ରଞ୍ଜିତ ସାହୁ ପରିଚାଳନା କରିଥିଲେ। ହେବାକୁ ଥିବା ସ୍ୱାଧୀନତା ଦିବସ ପୂର୍ବାହ୍ନ ସାଢ଼େ ୪ଟା ସମୟରେ ପ୍ରଭାତ ଫେରି ଏବଂ ପୂର୍ବାହ୍ନ ୯ ଟା ସମୟରେ ପତାକା ଉତୋଳନ କରାଯିବ। ପତାକା ଉତୋଳନ ପଂଚାୟତ ସମିତି ଅଧ୍ୟକ୍ଷା କରିବେ। ପ୍ୟାରେଡ କାର୍ଯ୍ୟକ୍ରମ ପତାକା ଉତୋଳନ ପରେ ଶୁଭାରମ୍ଭ କରାଯିବ। ପରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯିବ। ଏହାପରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପ୍ରସ୍ତୁତି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଆସ୍ରିତା ଭୋଇ, ତହସିଲଦାର ପ୍ରଭିଣା ବିଳୁଙ୍ଗ, ଏବିଡ଼ିଓ ମହିମା ସାହୁ ଙ୍କ ସମେତ ବ୍ଲକ ଓ ପଂଚାୟତ ସ୍ତରୀୟ ଅଧିକାରୀ, ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଓଏଭି ଅଧ୍ୟକ୍ଷ, ଫାଶୀମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା, ସ୍ୱେଛାସେବୀ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ବିଏସଏସଓ ସାହୁ ଧନ୍ୟବାଦ୍ ଜଣାଇଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande