କେନ୍ଦୁଝର, 2 ଅଗଷ୍ଟ (ହି.ସ.)
ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି। ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ସକାଳ ୧୦:୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକଲ ଶିକ୍ଷା ରଥ, ଆମ୍ବୁଲାନ୍ସ ଏବଂ ମା‘ ତାରିଣୀଙ୍କ ନଡ଼ିଆ ସଂଗ୍ରହ ଗାଡିର ଶୁଭଉଦଘାଟନ କାର୍ଯ୍ୟକ୍ରମ ରହିଛି। ସକାଳ ୧୧:୦୦ ରେ ଦରବାର ହଲ, ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଥିବା ବେଳେ
ଅପରାହ୍ଣ ୩: ୦୦ରେ କେନ୍ଦୁଝର ଷ୍ଟାଡିୟମ ସାହାଣୀ କପ ଫୁଟବଲ ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA