ଆଳି ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଧାରଣା
କେନ୍ଦ୍ରାପଡ଼ା, ୦୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଆଳି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୫ ଦଫା ଦାବୀ ପୂରଣ ନିମନ୍ତେ ଏକ ଦିବ
ଆଳି ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଧାରଣା


କେନ୍ଦ୍ରାପଡ଼ା, ୦୨ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତି ତରଫରୁ ଆଳି ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଏକ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୫ ଦଫା ଦାବୀ ପୂରଣ ନିମନ୍ତେ ଏକ ଦିବସୀୟ ଧାରଣା ରେ ଆଳି ବ୍ଲକ ମଣ୍ଡଳ ଶିକ୍ଷଧିକାର କାର୍ଯ୍ୟାଳୟ ସମ୍ମୁଖ ରେ ବସିଥିଲେ। ସେମାନଙ୍କ ର ଦାବୀ ଅନୁଯାୟୀ ସମସ୍ତ ଯୋଗ୍ୟ ବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକୁ ଅନୁଦାନ ପ୍ରଦାନ। ସମସ୍ତ ନୂତନ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକ ରୁ ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ ଓ ଶିକ୍ଷା କର୍ମଚାରୀମାନଙ୍କୁ ଚାକିରୀ ସର୍ତାବଳି, ପେନସନ ଓ ଅବସରକାଳୀନ ସୁବିଧା ସୁଯୋଗ ପ୍ରଦାନ। ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି। ଶିକ୍ଷକ ଓ ଶିକ୍ଷା କମିଚାରୀଙ୍କ ଗ୍ରେଡପେରେ ପୂଦା ଅସଙ୍ଗତି ଦୂରୀକରଣ। ସମସ୍ତ ନୂତନ ଓ ପୂର୍ବ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ସରକାରୀକରଣ ଏବଂ ଶିକ୍ଷକ ନିଯୁକ୍ତି। ୨୦୧୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତିକ ଶିକ୍ଷକମାନଙ୍କୁ ୬ଟି ନେସନାଲ ଇନ୍‌କ୍ରିମେଂଟ ସହିତ ବରିଷ୍ଠତା ପ୍ରଦାନ ଓ ନୂତନ ପେନସନ୍ ପରିବର୍ତେ ପୁରାତନ ପେନସନ୍ ସ୍କ୍ରିମ୍‌ର ପୁନଃ ପ୍ରଚଳନ। ଏହି ସମସ୍ତ ଦାବୀ ଗୁଡିକୁ ସରକାରଙ୍କ ନିକଟରେ ରଖି ମୁଖମନ୍ତ୍ରୀ ଉଦେଶ୍ୟରେରେ ଏକ ଦାବୀ ପତ୍ର ପ୍ରେରଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande