ଅର୍ଗାନିକ ଚାଉଳରେ ପ୍ରସ୍ତୁତ ହେବ ଅଭଡ଼ା
ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ଅର୍ଗାନିକ ଚାଉଳରେ ଅଭଡ଼ା ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ୫ ବର୍ଷିଆ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୮ଟି ଜିଲ୍ଲା କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ବଲାଙ୍ଗୀର
ଅର୍ଗାନିକ ଚାଉଳରେ ପ୍ରସ୍ତୁତ ହେବ ଅଭଡ଼ା


ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ଅର୍ଗାନିକ ଚାଉଳରେ ଅଭଡ଼ା ପ୍ରସ୍ତୁତ ପାଇଁ ରାଜ୍ୟ ସରକାର ଯୋଜନା କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାର ୫ ବର୍ଷିଆ ବିସ୍ତୃତ ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିପାଇଁ ୮ଟି ଜିଲ୍ଲା କନ୍ଧମାଳ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଓ ବଲାଙ୍ଗୀର ରେ ଅର୍ଗାନିକ ଫାର୍ମିଂ କରାଯିବ। ବଳଭଦ୍ର ଜୈବିକ ଚାଷ ମିଶନ ଅଧୀନରେ ୧୧୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ରାଜ୍ୟ ସରକାର ଏ ବାବଦରେ ୨୦୨୫-୨୬ରେ ୩୮ କୋଟି ଖର୍ଚ୍ଚ କରିବାକୁ ଯୋଜନା ଥିବା ବେଳେ ୨୦୨୬-୨୭ରେ ୨୮ କୋଟି, ୨୦୨୭-୨୮ ରେ ୨୦ କୋଟି, ୨୦୨୮-୨୯ ରେ ୧୧ କୋଟି ଓ ୨୦୨୯-୩୦ ରେ ୧୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା ରଖିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande