ବ୍ରହ୍ମବରଦା ଏସ୍‌ବିଆଇ ଶାଖାରେ ପାର୍କିଂ ସମସ୍ୟାକୁ ନେଇ ଗ୍ରାହକ ଅସନ୍ତୋଷ
ଧର୍ମଶାଳା,୨ ଅଗଷ୍ଟ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ରହ୍ମବରଦା ଅଂଚଳ ଏକ ମୁଖ୍ୟ ବ୍ୟବସାୟ କେନ୍ଦ୍ର ଭାବେ ବେଶ୍ ପରିଚିତ । ସ୍ଥାନୀୟ ୧୦ ଗୋଟି ପଂଚାୟତର ଜନସାଧାରଣ ଏହି ଅଂଚଳ ଉପରେ ନିର୍ଭର କରନ୍ତି । ଜନସାଧାରଣଙ୍କ ସୁବିଧା କୋଣରୁ ବ୍ରହ୍ମବରଦାଠାରେ ଏକ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲ
ବ୍ରହ୍ମବରଦା ଏସ୍‌ବିଆଇ ଶାଖାରେ ପାର୍କିଂ ସମସ୍ୟାକୁ ନେଇ ଗ୍ରାହକ ଅସନ୍ତୋଷ


ଧର୍ମଶାଳା,୨ ଅଗଷ୍ଟ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ରହ୍ମବରଦା ଅଂଚଳ ଏକ ମୁଖ୍ୟ ବ୍ୟବସାୟ କେନ୍ଦ୍ର ଭାବେ ବେଶ୍ ପରିଚିତ । ସ୍ଥାନୀୟ ୧୦ ଗୋଟି ପଂଚାୟତର ଜନସାଧାରଣ ଏହି ଅଂଚଳ ଉପରେ ନିର୍ଭର କରନ୍ତି । ଜନସାଧାରଣଙ୍କ ସୁବିଧା କୋଣରୁ ବ୍ରହ୍ମବରଦାଠାରେ ଏକ ବ୍ୟାଙ୍କ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା । ବହୁ ଅପେକ୍ଷା ଓ ଦାବି ପରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଏଠାରେ ବ୍ୟାଙ୍କ ପ୍ରତିଷ୍ଠା ହେବା ସହ ଏହାକୁ ଲାଗି ଏକ ଏସ୍‌ବିଆଇଏଟିଏମ୍ କାଉଁଟର ବସାଯାଇଥିଲା । ଏହି ବ୍ୟାଙ୍କ ଓ ଏଟିଏମ୍ କାଉଁଟରକୁ ଦୈନଦିନ ଶହଶହ ଗ୍ରାହକ ବିଭିନ୍ନ କାରଣ ନେଇ ଆସିଥାନ୍ତି । ଗ୍ରାହକମାନେ ସାଇକେଲ ଓ ମଟର ସାଇକେଲ ରଖିବା ପାଇଁ ବ୍ୟାଙ୍କ ସମ୍ମୁଖରେ ଉପଯୁକ୍ତ ସ୍ଥାନ ଥିବାରୁ ସେମାନେ ବାଧ୍ୟ ହୋଇ ମୁଖ୍ୟ ରାସ୍ତା ଉପରେ ବେଆଇନଭାବେ ପାର୍କିଂ କରିଥାନ୍ତି । ଫଳରେ ମୁଖ୍ୟ ରାସ୍ତା ଜାମ୍ ହେବା ସହ ରାସ୍ତା ଉପରେ ରହିଥିବା ଗାଡି ଚୋରି ହେବାର ସମ୍ଭାବନା ଥିବାରୁ ବ୍ୟାଙ୍କକୁ ଆସୁଥିବା ଗ୍ରାହକ ଭୟଭିତ ହୋଇ ପଡୁଛନ୍ତି । ଏପରିକି ରାସ୍ତା ଉପରେ ଗାଡି ପାର୍କିଂ ହେବାରୁ ଅନେକ ଗାଡିର ଜାରିମାନା କରାଯାଉଥିବାରୁ ଗ୍ରାହକମାନେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଗତ ସମୟରେ ବ୍ୟାଙ୍କ ମୁଖ୍ୟ ପରିଚାଳକ ଓ ବହୁ ଗ୍ରାହକଙ୍କର ଗାଡି ଚୋରି ହେବା ନଜିର ରହିଛି । ଗ୍ରାହକଙ୍କ ସୁବିଧା ଦୃଷ୍ଟି କୋଣରୁ ଉପଯୁକ୍ତ ପାର୍କିଂର ବ୍ୟବସ୍ଥା କରାଯିବା ସହ ସୁରକ୍ଷା କର୍ମୀ ନିଯୁକ୍ତ କରିବାକୁ ଗ୍ରାହକ ମହଲରେ ଦାବି ହୋଇ ଆସୁଥିଲେ ମଧ୍ୟ ବ୍ୟାଙ୍କ ପକ୍ଷରୁ ସେପରି କିଛି ପଦକ୍ଷେପ ନିଆ ନ ଯିବାରୁ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ତୁରନ୍ତ ଏହି ଅଂଚଳ ପ୍ରତି ବିଭାଗୀୟ ଉଚ୍ଚକର୍ତୃପକ୍ଷ ଦୃଷ୍ଟି ଦେବାକୁ ଗାହକ ଓ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande