ପିଏମ କିଷାନରେ 6 ଲକ୍ଷ ନୂଆ ଚାଷୀଙ୍କୁ ଯୋଡ଼ିଲେଣି ନୂଆ ସରକାର
ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.) - ପିଏମ କିଷାନରେ 6 ଲକ୍ଷ ନୂଆ ଚାଷୀଙ୍କୁ ଯୋଡ଼ିଲେଣି ନୂଆ ସରକାର । ସିଏମ କିଷାନରେ 50 ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ ଥିବା ବେଳେ ପିଏମ କିଷାନରେ ସଂଖ୍ୟା କମ ଥିଲା । ନୂଆ ସରକାର ଆସିବା ପରେ ବାଦ ପଡ଼ିଥିବା ଚାଷୀଙ୍କୁ ଯୋଡିବାକୁ ଗୁରୁତ୍ୱ ଦେ
ପିଏମ କିଷାନରେ 6 ଲକ୍ଷ ନୂଆ ଚାଷୀଙ୍କୁ     ଯୋଡ଼ିଲେଣି ନୂଆ ସରକାର


ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.)

- ପିଏମ କିଷାନରେ 6 ଲକ୍ଷ ନୂଆ ଚାଷୀଙ୍କୁ

ଯୋଡ଼ିଲେଣି ନୂଆ ସରକାର । ସିଏମ କିଷାନରେ 50 ଲକ୍ଷରୁ ଉର୍ଦ୍ଧ୍ଵ ଚାଷୀ

ଥିବା ବେଳେ ପିଏମ କିଷାନରେ ସଂଖ୍ୟା କମ ଥିଲା । ନୂଆ ସରକାର ଆସିବା ପରେ ବାଦ ପଡ଼ିଥିବା

ଚାଷୀଙ୍କୁ ଯୋଡିବାକୁ ଗୁରୁତ୍ୱ ଦେଇଥିଲେ । ଯେଉଁଥିରେ 6 ଲକ୍ଷ

ଚାଷୀଙ୍କୁ ସାମିଲ କରାଯାଇଛି । ଆଗକୁ ମଧ୍ୟ ବାଦ ପଡ଼ିଥିବା ସହରୀ ଚାଷୀ ଏବଂ ଗ୍ରାମାଞ୍ଚଳ

ଚାଷୀଙ୍କୁ ଯୋଡିବାକୁ ସରକାର କାମ କରୁଛନ୍ତି । ଆଜି 20 ତମ

କିସ୍ତିରେ ରାଜ୍ୟର 34 ଲକ୍ଷ 85 ହଜାର ଚାଷୀ ପିଏମ କିଷାନ ଟଙ୍କା ପାଇଛନ୍ତି । ପୂର୍ବ ସରକାର

ଚାଷୀଙ୍କୁ 100 ଟଙ୍କା ବୋନସ ମଧ୍ୟ

ଦେଇପାରିଲେନି । 9 ବର୍ଷ ପରେ ସରକାର ବଦଳିବା ପରେ 800 ଟଙ୍କାର ଇନପୁଟ ସବସିଡି ଦିଆଯାଇଛି । ଖରିଫରେ 17 ଲକ୍ଷ ଚାଷୀଙ୍କୁ 6 ହଜାର

କୋଟି ଟଙ୍କର ଇନପୁଟ ସବସିଡି ଦେଇଛନ୍ତି ରାଜ୍ୟ ସରକାର । ରବିରେ ମଧ୍ୟ କୌଣସି ରାଜ୍ୟ ଇନପୁଟ

ସବସିଡି ଦେଇନଥିବା ବେଳେ ଓଡିଶା ସରକାର ଦେଇଛନ୍ତି । ଗତ ସରକାର 24 ବର୍ଷ ଧରି କୃଷିକୁ ଗୁରୁତ୍ଵ ଦେଲେ ନାହିଁ । ସିଏମ କିଷାନ ପିଏମ

କିଷାନ, ସୁଭଦ୍ରା ଭଳି ବିଭିନ୍ନ ଯୋଜନାରୁ ପ୍ରତି

ବର୍ଷ ଜଣେ ଚାଷୀ 30 ହଜାର ଟଙ୍କାର ସରକାରୀ

ସହାୟତା ପାଉଛନ୍ତି । କେବଳ ଧାନ ଚାଷରେ ସୀମିତ ନରହି ପନିପରିବା, ଅର୍ଥକାରୀ ଫସଲ, ତୈଳବୀଜ, ଫଳ ଆଦି ଚାଷ କଲେ ଚାଷୀଙ୍କ ଆୟ ବଢ଼ିପାରିବ ବୋଲି କହିଛନ୍ତି

ମୁଖ୍ୟମନ୍ତ୍ରୀ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande