ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ
ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅର
ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଇସ୍ତଫା ଦାବି କଲା କଂଗ୍ରେସ


ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ଉପସଭାପତି ଓ ଉଭୟ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ଲଲାଟେନ୍ଦୁ ମହାପାତ୍ର ତଥା ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି ଏହି ମର୍ମରେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ମସିହାରେ ଏକ ଜମି କିଣିବା ବାବଦରେ ନିରଞ୍ଜନ ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ୨୫ ଲକ୍ଷ ଟଙ୍କାର ଠକେଇ ଶିକାର ହେବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ନିକଟରେ ଏତଲା ଦେବାରୁ ମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ପ୍ରଘଟ ହୋଇଥିଲା । ସମ୍ବିଧାନର ଧାରା ୨୩୪ ଅନୁସାରେ ତଥା ୧୯୫୧ ଜନ ପ୍ରତିନିଧି ଆଇନର ଉପଧାରା ୩୩/୩୬ ଅନୁସାରେ ନିର୍ବାଚନ ଆୟୋଗ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ଉଚିତ। ସେହିଭଳି ମିଥ୍ୟା ସତ୍ୟପାଠ କରିଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ସେ ନେଇ କଂଗ୍ରେସ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛି।

ଗତ ନିର୍ବାଚନରେ ମନ୍ତ୍ରୀ ଶ୍ରୀ ପାତ୍ର ନିଜ ସତ୍ୟପାଠରେ ମୋଟ ୭ ଲକ୍ଷ ୩୫ ହଜାର ୯୦ ଟଙ୍କା ଥିବା ଏବଂ କିଛି ଋଣ କରି ନଥିବା ଦର୍ଶାଇଥିଲେ। ବାର୍ଷିକ ୨୦ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ସେ ଦର୍ଶାଇଛନ୍ତି। କିନ୍ତୁ ସତ୍ୟପାଠରେ ଜମିକିଣା ଅଗ୍ରୀମ ୨୫ ଲକ୍ଷ ଟଙ୍କାର ଉଲ୍ଲେଖ କରିନାହାନ୍ତି। ଏଣୁ କଂଗ୍ରେସ ଦଳ, ଘଟଣାର ବିହିତ ତଦନ୍ତ କରି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିକଟରେ ଦାବି କରୁଛି। ପୂର୍ବରୁ ମଧ୍ୟ ବିଭିନ୍ନ ମନ୍ତ୍ରୀଙ୍କ ଦୁର୍ନୀତି, କ୍ଷମତାର ଅପବ୍ୟବହାର ଆଦି ଅନେକ ଅଭିଯୋଗ ଆସୁଛି। ଧାନ କିଣା, ଆଳୁ ଆମଦାନୀ ଆଦି ପ୍ରକରଣରେ ମନ୍ତ୍ରୀ ଶ୍ରୀ ପାତ୍ର ବିବାଦୀୟ ମନ୍ତବ୍ୟମାନ ଦେଇ ନିଜ ସରକାରଙ୍କୁ ଅଡ଼ୁଆରେ ପକାଇଆସିଛନ୍ତି। ୨୦୦୪ ମସିହାରେ ଢେଙ୍କାନାଳରେ ଆଦିବାସୀ ଜମି କିଣା ମାମଲାରେ ଶ୍ରୀ ପାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ପୂର୍ବରୁ ଆସିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ଉପରେ ଥିବା ଅଭିଯୋଗ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି। ବର୍ତମାନ ମନ୍ତ୍ରୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଯୋଗୁଁ ନିଜେ ଇସ୍ତଫା ଦିଅନ୍ତୁ ଅବା ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande