ଆପୋଷ ଆଲୋଚନା କେଉଁ ଆଧାରରେ ହେବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ - ଦେବୀ ମିଶ୍ର
ମହାନଦୀ ବିବାଦ ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ମହାନଦୀ ବିବାଦ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠିକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସେମାନେ କେଉଁ ଆଧାରରେ ଆପୋଷ ସମାଧାନ କଥା କହୁଛନ୍ତି,ଓଡ଼ିଶାର ସ୍ୱାର୍ଥ ପରିପ୍ରେକ୍ଷୀରେ ଆପୋଷ ସମାଧାନ ପାଇଁ କ
ଆପୋଷ ଆଲୋଚନା କେଉଁ ଆଧାରରେ ହେବ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ - ଦେବୀ ମିଶ୍ର


ମହାନଦୀ ବିବାଦ

ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ମହାନଦୀ ବିବାଦ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଚିଠିକୁ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସେମାନେ କେଉଁ ଆଧାରରେ ଆପୋଷ ସମାଧାନ କଥା କହୁଛନ୍ତି,ଓଡ଼ିଶାର ସ୍ୱାର୍ଥ ପରିପ୍ରେକ୍ଷୀରେ ଆପୋଷ ସମାଧାନ ପାଇଁ କଣ ଲେଖିଛନ୍ତି, କେଉଁ ବିନ୍ଦୁ ଉପରେ ଓଡ଼ିଶା ସରକାର ନିଜର ଆଭିମୁଖ୍ୟ ଜଣାଇଛନ୍ତି, ଏହା ଓଡ଼ିଶା ସ୍ୱାର୍ଥ ପରିପନ୍ଥୀ ନୁହେଁ ତ ? ଏ ସବୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଦରକାର। ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଚାର କରିବେ ବୋଲି କହିଛନ୍ତି, ଏପର୍ଯ୍ୟନ୍ତ ଆପୋଷ ସମାଧାନ କଥା ବି କେଉଁଠି କହିନାହାନ୍ତି। କିନ୍ତୁ ଏହା ପରେ ବି ଟ୍ରିବୁନାଲ ରେ କେସ ଚାଲିଥିବା ବେଳେ ଆପୋଷ ଆଲୋଚନା କେଉଁ ଆଧାରରେ ଚାହୁଁଛନ୍ତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ଆବଶ୍ୟକ ବୋଲି କହିଛନ୍ତି ଦେବୀ ମିଶ୍ର।

ସେ ଆହୁରି କହିଛନ୍ତି ଯେ ଛତିଶଗଡ଼ ସରକାର ଅବିଚାରିତ ଭାବେ ଉପର ମୁଣ୍ଡରେ ନିର୍ମାଣ କରୁଛି। ପାଣି ବଂଟନ ନିୟମ ରହିଥିଲେ ବି ଛତିଶଗଡ଼ ଅବିଚାରିତ ଭାବେ ନିର୍ମାଣ ଜାରି ରଖିଛି। ୨୦୧୬ ସେପ୍ଟେମ୍ବର ୯ ତାରିଖରେ ଉମା ଭାରତୀଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଏହି ଆଲୋଚନା ହୋଇଥିଲେ ବି ଓଡ଼ିଶାର ଦାବି କୁ କେନ୍ଦ୍ର ସରକାର କି ଛତିଶଗଡ ସରକାର ରାଜି ହେଲେନି। ଏହା ପରେ ସୁପ୍ରିମକୋର୍ଟ ପାଖରେ ଆବେଦନ ପରେ ଟ୍ରିବୁନାଲ ଗଠନ ହୋଇଛି। ଟ୍ରିବୁନାଲରେ କେସ ଚାଲିଥିବା ବେଳେ ଆପୋଷ ଆଲୋଚନା କଥା କହିଛନ୍ତି ସରକାର। କେଉଁ ଆଧାରରେ ହେଉଛି ଜାଣିବାକୁ ଚାହିଁଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ୨୪ ତାରିଖରେ ନବୀନ ପଟ୍ଟନାୟକ ଏକଥା କହିବା ପରେ ୨୫ ତାରିଖରେ ମୁଖ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ। କଣ କଣ ପଦକ୍ଷେପ ନେଉଛନ୍ତି, କଣ ଆପୋଷ ସମାଧାନ, କେଉଁ ବିନ୍ଦୁ ଉପରେ ସରକାର ନିଜର ଆଭିମୁଖ୍ୟ ଜଣାଇ ଛନ୍ତି ତାହା ସ୍ପଷ୍ଟ ହେବା ଆବଶ୍ୟକ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande