କୋରେଇ, ୨ ଅଗଷ୍ଟ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ତଥା ଯାଜପୁର ବ୍ଲକ ମାଳଆନ୍ଦପୁର ପଂଚାୟତ ବଜରପଡା (ନୁରୁଂଗା) ଗ୍ରାମରେ ଜଣେ ଯୁବତୀ ଗାଧୋଇବାକୁ ଯାଇ ପୋଖରୀରେ ବୁଡି ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, ବଜରପଡା ଗ୍ରାମର ପ୍ରଶାନ୍ତ କୁମାର ସାମଲଙ୍କ ବଡ ଝିଅ ସଂଜନା ସାମଲ (୧୮) ଗତକାଲି ମଧ୍ୟାହ୍ନରେ ଘର ନିକଟସ୍ଥ ପୋଖରୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲା । ବହୁଖୋଜା ଖୋଜି ପରେ ମିଳିନଥିଲେ । ଆଜି ଅପରାହ୍ନରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖି ଉଦ୍ଧାର କରାଯାଇଥିଲା । ଏନେଇ ପାଣିକୋଇଲି ପୁଲିସକୁ ଜଣାଇବା ପରେ ଥାନାଧିକାରୀ ରଂଜିତ କୁମାର ମହାନ୍ତି ଘଟଣାସ୍ଥଳରେ ପହଂଚିଥିଲେ । ପ୍ରଶାନ୍ତର ଅଭିଯୋଗ କ୍ରମେ ଏକ ଅପମୃତ୍ୟୁ ମାମଲା୨୫/୨୫ ରୁଜ୍ଜୁ କରାଯାଇ ସଂଜନାର ମୃତଦେହକୁ ପଂଚନାମା କରାଇ ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ