ମହାନଦୀ ଜଳବିବାଦ ମାମଲାର ଶୁଣାଣି ସେପ୍ଟେମ୍ବର ୬କୁ ଘଂଚିଲା
ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ମାମଲାରେ ସ୍ୱତନ୍ତ୍ର ଟ୍ରିବ୍ୟୁନାଲରେ ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଂଚିଛି। ଏଜି ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢ଼ିଛି। ସମାଧାନ ପାଇ
ମହାନଦୀ ଜଳବିବାଦ ମାମଲାର ଶୁଣାଣି ସେପ୍ଟେମ୍ବର ୬କୁ ଘଂଚିଲା


ଭୁବନେଶ୍ୱର, ୦୨ ଅଗଷ୍ଟ (ହି.ସ)- ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ମାମଲାରେ ସ୍ୱତନ୍ତ୍ର ଟ୍ରିବ୍ୟୁନାଲରେ ଶୁଣାଣି ସେପ୍ଟେମ୍ବର ୬ ତାରିଖକୁ ଘୁଂଚିଛି। ଏଜି ପୀତାମ୍ବର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଉଭୟ ରାଜ୍ୟର ମୁଖ୍ୟ ସଚିବ ଓ ରାଜନୈତିକସ୍ତରରେ ଆଲୋଚନା ଆଗକୁ ବଢ଼ିଛି। ସମାଧାନ ପାଇଁ ଉଭୟ ପକ୍ଷ ରାଜି ଅଛନ୍ତି। ଆପୋସ ବୁଝାମଣାରେ ବିବାଦର ସମାଧାନ ହେବା ଶ୍ରେୟସ୍କର। ସକାରାତ୍ମକ ପରିବେଶ ଭିତରେ ମାମଲାର ଅନ୍ତ ଘଟିବ। ଓଡ଼ିଶାର ଆନ୍ତରିକତା ନେଇ ପ୍ରଶଂସା କରିଛନ୍ତି ଟ୍ରିବ୍ୟୁନାଲ୍‌।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande