ଭୁବନେଶ୍ୱର, 2 ଅଗଷ୍ଟ (ହି.ସ.)- ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା 'ମୋ ବୋଉ,
ମୋ
ଗାଁ'ର ନିର୍ମାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଜାତୀୟ ଚଳଚ୍ଚିତ୍ର ପୁରସ୍କାର
ପାଇବାକୁ ମନୋନୀତ ହୋଇଥିବା 'ମୋ ବୋଉ,
ମୋ
ଗାଁ'ର ନିର୍ମାତା, କଳାକାର ତଥା ଏଥିସହ ଜଡ଼ିତ ସମସ୍ତଙ୍କୁ
ମୋର ଶୁଭେଚ୍ଛା ଜଣାଉଛି। ଏହା ସମସ୍ତଙ୍କ ପାଇଁ ଖୁସି ଓ ଗୌରବର ବିଷୟ। ମହାପ୍ରଭୁଙ୍କ ନିକଟରେ
ପ୍ରାର୍ଥନା କରୁଛି, ଆଗାମୀ ଦିନରେ ସମସ୍ତେ ଆହୁରି ସଫଳତା ଅର୍ଜନ କରନ୍ତୁ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା