ମାଲକାନଗିରି,୩ ଅଗଷ୍ଟ (ହି.ସ.) - ଚୋରା ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୧୨୦ କି.ଗ୍ରା ଗଞ୍ଜେଇ ଜବତ କରିଛି ମାଲକାନଗିରି ଜିଲ୍ଲା ଓରକେଲ୍(ବାଲିମେଳା)ପୁଲିସ।ସୂଚନା ଅନୁଯାୟୀ ଓରକେଲ୍ ଥାନା ଅଧୀନ ଜବାଗଡ ଗ୍ରାମ ନିକଟସ୍ଥ ଖାରିଗୁଡ଼ା ଜଙ୍ଗଲରେ ଚୋରା ଚାଲାଣ ପାଇଁ ଗଞ୍ଜେଇ ରଖାଯାଇଥିବା ନେଇ ପୁଲିସକୁ ଖବର ମିଳିଥିଲା।ଗତକାଲି ପୁଲିସର ଏକ ଟିମ୍ ଜଙ୍ଗଲ ମଧ୍ୟରେ ତଲାସୀ ଅଭିଯାନ କରିଥିଲେ।ଏକ ସ୍ଥାନରେ ଗଚ୍ଛିତ ଥିବା ଗଞ୍ଜେଇ ଜବତ କରିଥିଲେ ପୁଲିସ ଟିମ୍।ଏନେଇ କେସ ନମ୍ବର ୨୦୧/୨୫( ଏନଡିପିଏସ ଆକ୍ଟ) ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଧୀରେନ୍ ପଟ୍ଟନାୟକ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ