ଭଦ୍ରକ, ୩ ଅଗଷ୍ଟ (ହି.ସ.) - ଏହି ଜିଲାର ଧାମନଗର ଅଂଚଳର ବିଶିଷ୍ଟ ସମାଜ ସେବୀ ଶିକ୍ଷାବିତି ତଥା ପୂର୍ବତନ ପ୍ରଧାନଶିକ୍ଷକ ଅର୍ଜୁନ କୁଣ୍ଡଙ୍କ ନିଜ ଗ୍ରାମ ଶୋଧ ଗ୍ରାମରେ ପରଲୋକ ଘଟିଛି । ଏ ନେଇ ଦୋବଲ ସ୍ଥିତ ଏସଏଯେ ହାଇସ୍କୁଲ ପରିସର ରେ ପୂରାତନ ଛାତ୍ର ଙ୍କ ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଶିକ୍ଷାବିତ ଭୋଳାନାଥ ସାହୁ ଙ୍କ ସଂଯୋଜନା ରେ ପୁରାତନ ଛାତ୍ର ତଥା ଏ ବି ଇ ଓ ତପନ କୁମାର ଦ୍ୱିବେଦୀ,ଶିକ୍ଷାବିତ ଶରତ ସାହୁ, ସେକ ତାଯୁଦୀନି,ହେମେନ୍ଦ୍ର ମହାନ୍ତି, ପ୍ରମୋଦ ନାୟକ,ଶରତ ସାହୁ,ଶ୍ରୀକାନ୍ତ ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ କୁଣ୍ଡୁ ଙ୍କ ସ୍ମୃତି ଚାରଣ କରିଥିଲେ। ଅମରଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ