ଜୟପୁର, 3 ଅଗଷ୍ଟ (ହି.ସ.) ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା କର୍ମକର୍ତ୍ତା ଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିବା ବେଳେ ଓଡ଼ିଶା ଅମଲା ସଂଘ ର ପ୍ରତିଷ୍ଠା ଦିବସ ପାଳିତ ହେବା ସମୟରେ ସଙ୍ଗମ୍ କଲ୍ୟାଣ ମଣ୍ଡପ ଜୟନଗର ଜୟପୁର ଠାରେ ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଶ୍ରୀ ଚିତ୍ତରଞ୍ଜନ ତରାସିଆ ଅତିଶିଘ୍ର ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ର ନିର୍ବାଚନ ଓ ଚୟନ କରିବା ନିମନ୍ତେ ନିର୍ଦେଶ ଦେଇଥିଲେ I ଉକ୍ତ ପ୍ରସ୍ତାବକୁ ଆଗ୍ରାହ୍ୟ କରି ରାଜ୍ୟ ସାଧାରଣ ସମ୍ପାଦକ ଓଡ଼ିଶା ଅମଲା ସଂଘ ଶ୍ରୀ ଚିତ୍ତରଞ୍ଜନ ତରାସିଆ ତାଙ୍କ ପତ୍ର ସଂଖ୍ୟା ୧୩୫ ତା ୨୫.୦୭.୨୦୨୫ ରିଖ ଏକ ଆଦେଶ ଜାରି କରିଥିଲେ ସେଥିରେ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶ୍ରୀ ଶଶୀଭୂଷଣ ଦାଶ୍ ଙ୍କୁ ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ର ନିର୍ବାଚନ ଦାୟିତ୍ୱ ଦିଆଯାଇଥିବା ସଂଘ ପକ୍ଷରୁ ପ୍ରକାଶ I ଏ ନେଇ ଆଜି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ପକ୍ଷରୁ ଏକ ନିର୍ବାଚନ କମିଟି ଗଠନ କରାଯାଇଥିଲା I ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ବୈଠକରେ ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଶଶୀ ଭୂଷଣ ଦାସ ଙ୍କ ଅଧ୍ୟକ୍ଷତା କରିଥିଲେ I ଉକ୍ତ ବୈଠକରେ କୋରାପୁଟ ଜିଲ୍ଲା ଶାଖା ର ବରିଷ୍ଠ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦାନ କରିଥିଲେ I ସର୍ବ ସମ୍ମତି କ୍ରମେ ନିର୍ବାଚନ କମିଟି ରେ ଶ୍ରୀ ଶଶୀଭୂଷଣ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଅଧ୍ୟକ୍ଷ ରହିଥିବା ବେଳେ, ଶ୍ରୀ ସଞ୍ଜୟ କୁମାର ପଣ୍ଡା, ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କୈଳାସ ସାମନ୍ତରାୟ ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ବୃନ୍ଦାବନ ପଣ୍ଡା ଉପଦେଷ୍ଟା ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା,ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ସହ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଜଗନ୍ନାଥ ଦାଶ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କିଶୋର ଚନ୍ଦ୍ର ଦାଶ୍ ସାଙ୍ଗଠନିକ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଶ୍ରୀଧର ହୋତା କାର୍ଯ୍ୟାଳୟ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଜଗନ୍ନାଥ ମାଝୀ ଉପସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ସଞ୍ଜୟ କୁମାର ରଥ ଉପ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କାଳି ପ୍ରସାଦ ମିଶ୍ର ଉପ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା , ଶ୍ରୀ ଜଗେନ୍ଦ୍ର ଚୈଧୁରି ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ସତ୍ୟ ରଞ୍ଜନ ତ୍ରିପାଠୀ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଓ ଶ୍ରୀ ସଞ୍ଜିବ କୁମାର ପଟ୍ଟନାୟକ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ନିର୍ବାଚନ କମିଟି ସଦସ୍ୟ ରୁପେ ମନନିତ ହୋଇଥିବା ସଂଘ ପକ୍ଷରୁ ସୂଚନା ମିଳିଥିଲା I ସମସ୍ତ ସଦସ୍ୟ ଙ୍କ ସମେତ ଅଧ୍ୟକ୍ଷ ନବରଙ୍ଗପୁର ଜିଲ୍ଲା ର ନିର୍ବାଚନ ର ସମ୍ପୁର୍ଣ୍ଣ ଦାୟିତ୍ବ ନେଇ ନିର୍ବାଚନ କରାଇବା ନିମନ୍ତେ ସ୍ଥିର ହୋଇଥିବା ଜଣା ପଡିଛି I ନବରଙ୍ଗପୁର ଜିଲ୍ଲା ର ନିର୍ବାଚନ ପରେ ସରକାର ଙ୍କ ନିକଟରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଏକମାତ୍ର ନ୍ୟାର୍ଯ୍ୟ ଦାବି ପୁରଣ ନିମନ୍ତେ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିବା ନେଇ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସ୍ପଷ୍ଟ କରିଦେଇଛନ୍ତି I ଉକ୍ତ ବୈଠକରେ ମୁଖ୍ୟତଃ ଶ୍ରୀ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ କୈଳାସ ସାମନ୍ତରାୟ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ଜଗନ୍ନାଥ ଦାଶ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ସହ ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ସଞ୍ଜିବ କୁମାର ପଟ୍ଟନାୟକ ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, ଶ୍ରୀ ସାନ୍ତୁନୁ ଜେନା ବରିଷ୍ଠ ସଦସ୍ୟ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଯୋଗଦାନ କରିଥିଲେ I ପରିଶେଷରେ ଶ୍ରୀ ଦାଶ୍ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ I
---------------
ହିନ୍ଦୁସ୍ଥାନ ସମାଚାର / ପିକେପି