ବିୟୁଟିସିଆନ୍ ମାନଙ୍କୁ ସହଯୋଗ କରୁଛି ଇସା ଅର୍ଗାନିକ୍ ହର୍ବାଲ୍ ପ୍ରଡକ୍ଟ
ଭୁବନେଶ୍ୱର , 3 ଅଗଷ୍ଟ (ହି.ସ.) ବିଏମ୍ସି ହସ୍ପିଟାଲ୍ ନିକଟସ୍ଥ ଇସା ହର୍ବାଲ୍ ପ୍ରଡକ୍ଟ ସୋ-ରୁମ୍ ଓ ବିୟୁଟିସିଆନ୍ ଟ୍ରେନିଙ୍ଗ୍ କେନ୍ଦ୍ରଠାରେ ପାର୍ଲରମାନଙ୍କରେ ଆବଶ୍ୟକ ପଡ଼ୁଥିବା ଆଧୁନିକ ଧରଣର ପ୍ରଡକ୍ଟ ଗୁଡ଼ିକର ବ୍ୟବହାର ଓ ସୁଲଭ ମୂଲ୍ୟରେ ବଜାର ପ୍ରବେଶକୁ ନେଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଇସା
ବିୟୁଟିସିଆନ୍ ମାନଙ୍କୁ ସହଯୋଗ କରୁଛି ଇସା ଅର୍ଗାନିକ୍ ହର୍ବାଲ୍ ପ୍ରଡକ୍ଟ


ଭୁବନେଶ୍ୱର , 3 ଅଗଷ୍ଟ (ହି.ସ.) ବିଏମ୍ସି ହସ୍ପିଟାଲ୍ ନିକଟସ୍ଥ ଇସା ହର୍ବାଲ୍ ପ୍ରଡକ୍ଟ ସୋ-ରୁମ୍ ଓ ବିୟୁଟିସିଆନ୍ ଟ୍ରେନିଙ୍ଗ୍ କେନ୍ଦ୍ରଠାରେ ପାର୍ଲରମାନଙ୍କରେ ଆବଶ୍ୟକ ପଡ଼ୁଥିବା ଆଧୁନିକ ଧରଣର ପ୍ରଡକ୍ଟ ଗୁଡ଼ିକର ବ୍ୟବହାର ଓ ସୁଲଭ ମୂଲ୍ୟରେ ବଜାର ପ୍ରବେଶକୁ ନେଇ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଇସା ହର୍ବାଲ୍ ପ୍ରଡକ୍ଟ ସଂସ୍ଥା ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଇସା ହର୍ବାଲ୍ ଓ ଅର୍ଗାନିକ୍ ପ୍ରଡକ୍ଟର ଚିପ୍ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ପ୍ରବୀଣା ତି୍ରପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ନୂତନ ଭାବେ ଓଡ଼ିଶାରେ ପ୍ରସ୍ତୁତ ହେଉଥିବା ବିଭିନ୍ନ ପ୍ରକାରର ବିୟୁଟିପାର୍ଲର ଉପଯୋଗୀ ହର୍ବାଲ୍ ପ୍ରଡକ୍ଟର ବ୍ୟବହାର ଏବଂ ତା’ର ସୁଲଭ ମୂଲ୍ୟ ବଜାରର ବିଭିନ୍ନ ଜାଗାରେ ଉପଲବ୍ଧ ଓ ତା ପାଇଁ ଆବଶ୍ୟକ ପଡ଼ୁଥିବା ଆଧୁନିକ ଯନ୍ତ୍ରପାତି ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସମ୍ପୂର୍ଣ୍ଣଭାବେ ଓଡ଼ିଶାରେ ନିର୍ମିତ ହେଉଥିବା ଏହିସବୁ ହର୍ବାଲ୍ ପ୍ରଡକ୍ଟ ଗୁଡ଼ିକର ବହୁଳ ବ୍ୟବହାର ଏବଂ ଏପରିକି ଓଡ଼ିଶା ବାହାରେ ମଧ୍ୟ ବିଶେଷକରି ଛତିଶଗଡ଼, ଆସାମ ଓ ପଶ୍ଚିମବଙ୍ଗରେ ଲୋକମାନଙ୍କ ଦ୍ୱାରା ବିଶେଷ ଆଦୃତ ହୋଇପାରିଛି । ଆମ କମ୍ପାନୀଦ୍ୱାରା ପ୍ରସ୍ତୁତ ହେଉଥିବା ଏହିସବୁ ହର୍ବାଲ୍ ପ୍ରଡକ୍ଟ ଗୁଡ଼ିକ ପାଶ୍ୱର୍ପ୍ରତିକ୍ରିୟା ବିହୀନ ହୋଇଥିବା ବେଳେ ଚର୍ମ ଓ କେଶ ଜନିତ ସମସ୍ୟା ଦୂର କରିବାରେ ବିଶେଷ ଖ୍ୟାତି ଅର୍ଜନ କରିଅଛି । ଏତଦ୍ବ୍ୟତୀତ ଶ୍ରୀମତୀ ତି୍ରପାଠୀ ନିଜେ ଏବଂ ତାଙ୍କର ପୁରା ଟିମ୍ ସବୁ ବିୟୁଟିସିଆନ୍ ମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦେଇ ପ୍ରଡକ୍ଟ ଗୁଡ଼ିକର ବ୍ୟବହାର ଏବଂ ବିଭିନ୍ନ ଆଇଟମ୍ ପାଇଁ ଭିନ୍ନଭିନ୍ନ ପ୍ରକାରର ପ୍ରଡକ୍ଟ ଗୁଡ଼ିକର ଉପଯୋଗ ତଥା- ମେସିନ୍ ପରିଚାଳନା ବିଷୟରେ ଟ୍ରେନିଂ ଦେଇ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ସହ ଗ୍ରାହକମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିଚାଲିଛନ୍ତି । ଏହିସବୁ ପ୍ରଡକ୍ଟ ଗୁଡ଼ିକ ବହୁଳ ଭାବେ ପରୀକ୍ଷା କରିବା ସହିତ ଲୋକମାନଙ୍କର ଖୁସି ଯୋଗୁଁ ଆଜି ଆମର ପ୍ରଡକ୍ଟ ବିଭିନ୍ନ ଜାଗାକୁ, ବିଶେଷକରି ଗ୍ରାମାଳ ମାନଙ୍କରେ ବେଶ୍ ପ୍ରଶଂସା ଅର୍ଜନ କରିପାରିଛି । ଆମେ ସମସ୍ତେ ଗୋଟିଏ ଟିମ୍ ହୋଇ କାମ କରୁଛୁ ଏବଂ ଓଡ଼ିଶାର ମାଆ ମାନଙ୍କୁ ଓ ବିୟୁଟିପାର୍ଲର ମାନଙ୍କୁ ରୋଜଗାର କରିବାରେ ସହଯୋଗ କରୁଛୁ ଓ ମହିଳାମାନଙ୍କୁ ନିଜେ ରୋଜଗାର କରି ଆତ୍ମନିର୍ଭରଶୀଳ ହୋଇ ଅନ୍ୟମାନଙ୍କୁ ରୋଜଗାର ଯେମିତି ଦେଇହେବ, ସେଥିପାଇଁ ମଧ୍ୟ ସମସ୍ତେ ଚେଷ୍ଟା ଜାରି ରଖିଛୁ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ମ୍ୟାନେଜର ପ୍ରଦୀପ୍ତ କର ଏବଂ ତାଙ୍କର ସହଯୋଗୀ ଯଥା- ସୌମ୍ୟରଂଜନ ସାମନ୍ତରାୟ, ସାବିତ୍ରୀ ସ୍ୱାଇଁ, ରାଜକିଶୋର ସାହୁ, ଲିପିକାରାଣୀ ରଥ ପ୍ରମୁଖ ଉପସ୍ଥିତ ରହି ଚର୍ମ ଓ କେଶ ଜନିତ ସମସ୍ୟା କିପରି ଦୂର କରାଯାଇପାରୁଛି, ତା’ଉପରେ ସୂଚନା ପ୍ରଦାନ କରିଥିଲେ ଏବଂ ଭଲଭାବେ ଟ୍ରେନିଂ ଦେଇ ବିୟୁଟିସିଆନ୍ ମାନଙ୍କ ହାତକୁ ରୋଜଗାର ସୁବିଧା କରାଇପାରୁଛି ବୋଲି ସମସ୍ତେ କହିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande