ପରିବା ବିକାଳୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ, ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଆରମ୍ଭ
ସମ୍ବଲପୁର, ୩ ଅଗଷ୍ଟ (ହି.ସ.)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡ଼ିମିରିମୁଣ୍ଡା ପଞ୍ଚାୟତ ଅଧୀନ ବାଲିଗୁଡା ଗ୍ରାମର ଜନୈକା ୪୮ ବର୍ଷ ବୟସ୍କା ବନି ମହାକୁଳଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଡ଼ିମିରିମୁଣ୍ଡା ରାସ୍ତା କଡ ବୁଦା ନିକଟରେ ପଡ଼ିଥିବା ରବିବାର ସକାଳେ ଦେଖିବାକୁ ମିଳିବା ପରେ ସ
ଡ଼ିମିରିମୁଣ୍ଡା ମୁଖ୍ୟ ରାସ୍ତା ପାର୍ଶ୍ଵରେ ପରିବା ବିକାଳୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ


ଡ଼ିମିରିମୁଣ୍ଡା ମୁଖ୍ୟ ରାସ୍ତା ପାର୍ଶ୍ଵରେ ପରିବା ବିକାଳୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ


ଡ଼ିମିରିମୁଣ୍ଡା ମୁଖ୍ୟ ରାସ୍ତା ପାର୍ଶ୍ଵରେ ପରିବା ବିକାଳୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ


ଡ଼ିମିରିମୁଣ୍ଡା ମୁଖ୍ୟ ରାସ୍ତା ପାର୍ଶ୍ଵରେ ପରିବା ବିକାଳୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ


ଡ଼ିମିରିମୁଣ୍ଡା ମୁଖ୍ୟ ରାସ୍ତା ପାର୍ଶ୍ଵରେ ପରିବା ବିକାଳୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ


ଡ଼ିମିରିମୁଣ୍ଡା ମୁଖ୍ୟ ରାସ୍ତା ପାର୍ଶ୍ଵରେ ପରିବା ବିକାଳୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ


ଡ଼ିମିରିମୁଣ୍ଡା ମୁଖ୍ୟ ରାସ୍ତା ପାର୍ଶ୍ଵରେ ପରିବା ବିକାଳୀ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଠାବ


ସମ୍ବଲପୁର, ୩ ଅଗଷ୍ଟ (ହି.ସ.)- ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଡ଼ିମିରିମୁଣ୍ଡା ପଞ୍ଚାୟତ ଅଧୀନ ବାଲିଗୁଡା ଗ୍ରାମର ଜନୈକା ୪୮ ବର୍ଷ ବୟସ୍କା ବନି ମହାକୁଳଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଡ଼ିମିରିମୁଣ୍ଡା ରାସ୍ତା କଡ ବୁଦା ନିକଟରେ ପଡ଼ିଥିବା ରବିବାର ସକାଳେ ଦେଖିବାକୁ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ଡ଼ିମିରିମୁଣ୍ଡା ପଞ୍ଚାୟତ ବାଲିଗୁଡା ଗ୍ରାମର ବନି ମହାକୁଳ ଅତ୍ଯନ୍ତ ଗରିବ ଶ୍ରେଣୀର ମହିଳା। ସେ ନିଜର ତିନି ପୁଅ ଓ ଗୋଟିଏ ଝିଅକୁ ନେଇ ଅତି ଦୁଃଖ କଷ୍ଟରେ ନି ପରିବାର ଚଳାଇଥାଆନ୍ତି । ସେ ନିୟମିତ ଘର ଠାରୁ ଦୂରକୁ ଯାଇ ପରିବା କିଣି ହାଟରେ ବ୍ୟବସାୟ କରି ରାତିରେ ଘରକୁ ଫେରିଯାଆନ୍ତି । ଶନିବାର ସକାଳେ ସେ କୁଚିଣ୍ଡା ବସଷ୍ଟାଣ୍ଡରୁ ପରିବା ନେଇ ଝାରସୁଗୁଡା ବଜାରରେ ବିକ୍ରି କରି ରାତି ୮ଟା ସୁଦ୍ଧା ବସରେ ଘରକୁ ଫେରୁଥିଲେ । ମାତ୍ର ରାତି ଅଧିକ ହେବା ଦେଖି ବନିଙ୍କ ଝିଅ ମଞ୍ଜୁ ମହାକୁଡ ରାତି ୧୦ଟା ବେଳକୁ ମା' ଙ୍କୁ ଫୋନ୍ କରିବାରୁ ବନି କହିଲେ 'ଆଜି ବହୁତ ଡେରି ହେଇଗଲା, ସେ ଏବେ କୁଚିଣ୍ଡାରୁ ବାହାରୁଛନ୍ତି ବୋଲି କହିଥିଲେ l ମା 'ର ଫେରିବା ସମୟ ଆକଳନ କରି ବନିଙ୍କ ପୁଅ ମା'କୁ ଆଣିବା ପାଇଁ ସାଇକେଲ ଧରି ବସଷ୍ଟାଣ୍ଡରେ ପହଞ୍ଚିଥିଲେ । ଗୋଟିଏ ପଟେ ମା ଫେରିବାରେ ବିଳମ୍ବ, ଦ୍ବିତୀୟତଃ ମା' ର ମୋବାଇଲ୍ ସଂଯୋଗ ନହେବାରୁ ବହୁ ସମୟ ଅପେକ୍ଷା କରି କରି ଶେଷରେ ତାଙ୍କ ପୁଅ ଘରକୁ ଫେରିଥିଲା । ମାତ୍ର ରବିବାର ସକାଳେ ବନିଙ୍କ ମୃତଦେହ ପଞ୍ଚାୟତ ମୁଖ୍ୟରାସ୍ତା ଠାରୁ ମାତ୍ର ଦେଢ଼ଶହ ଫୁଟ ଦୂର ଏକ ବୁଦା ମୂଳରେ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ମରି ପଡିଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ଏପରିକି ମୃତକଙ୍କ ଝିଅ ମଞ୍ଜୁ ମହାକୁଳ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଏକ ମାସ ପୂର୍ବରୁ ମା'ଙ୍କ ସହ କୁଚିଣ୍ଡା ବଜାରର ଦୁଇ ଜଣଙ୍କ ଝଗଡା ହୋଇଥିଲା । ଯାହାକି ଏ ସମ୍ପର୍କରେ ଥାନାରେ ଅଭିଯୋଗ ହେବା ସହ ଏକ ମାମଲା ମଧ୍ୟ ଚାଲିଛି ବୋଲି କହିଛନ୍ତି। ଅପରପକ୍ଷେ ପାରିପାର୍ଶ୍ବିକ ସ୍ଥିତିକୁ ନେଇ ମୃତଦେହ ପଡ଼ିଥିବା ସ୍ଥାନ ମୁଖ୍ୟରାସ୍ତା ଠାରୁ ମାତ୍ର ଶହେ ଦେଢ ଶହ ଫୁଟ ଦୂର । ବିଳମ୍ବିତ ରାତିରେ ବନିଙ୍କୁ ଏକାକୀ ପାଇ କୈ।ଣସି ଦୁର୍ବୃତ୍ତ ତାଙ୍କୁ ବୁଦାମୂଳକୁ ଟାଣିନେଇ ତାଙ୍କ ଠାରୁ ଟଙ୍କା ଲୁଟ୍ କରିବା ଉଦ୍ଦେଶ୍ୟରେ ବା ଜୋର ଜବରଦସ୍ତ ଦୁଷ୍କର୍ମ କରିବା ପରେ ହତ୍ୟା କରିଥାଇପାରେ ବୋଲି ସାଧାରଣରେ ସନ୍ଦେହ କରାଯାଉଛି । କୁଚିଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ବ୍ୟବଛେଦ ପାଇଁ ବନିଙ୍କ ମୃତଦେହକୁ କୁଚିଣ୍ଡା ମେଡିକାଲକୁ ପଠାଇଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ କୁଚିଣ୍ଡା ଏସଡିପିଓ ପ୍ରଦୀପ କୁମାର ଦାସ କିଛି ନମୁନା ସଂଗ୍ରହ କରି ତଦନ୍ତକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି ।

ଆଜିର ଏହି ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ କିଛି ପ୍ରତ୍ୟକ୍ଷଦର୍ଶୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ' ଏହି ଅଞ୍ଚଳ ଅତ୍ୟନ୍ତ ଶାନ୍ତିପ୍ରିୟ, ହେଲେ ଯେବେଠାରୁ କଫ୍ ସିରଫ୍ ଭଳି ନିଶାଦ୍ରବ୍ୟ ଏହି ଅଞ୍ଚଳରେ ବହୁଳ ମାତ୍ରାରେ ବିକ୍ରି ହେଲାଣି ତାହା ପରଠାରୁ ଗୋଟିଏ ପରେ ଗୋଟିଏ ଅପରାଧିକ କାର୍ଯ୍ୟକଳାପ ହେଉଛି । ମୃତ ବନି ମହାକୁଳ ବହୁ କଷ୍ଟରେ ଦୂରଦୁରାନ୍ତକୁ ଯାଇ ଖୁଚୁରା ପରିବା ବେପାର କରି ନିଜ ଅଭାବୀ ପରିବାରରେ ୩ଟି ପୁଅ ଗୋଟିଏ ଝିଅକୁ ଚଳାଉଥିବା ବେଳେ ହଠାତ୍ ବନିଙ୍କ ଏଭଳି ମୃତ୍ୟୁ ତାଙ୍କ ପରିବାରକୁ ସମ୍ପୂର୍ଣ୍ଣ ଅନାଥ କରିଦେଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ତୁରନ୍ତ ବନିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ କରି ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ଚାରି ପ୍ରାଣୀ ପରିବାରକୁ ରାଜ୍ୟ ସରକାର ତୁରନ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande