ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଆଇଇଡି ବିସ୍ଫୋରଣରେ ରେଳ କର୍ମଚାରୀଙ୍କ ମୃତ୍ୟୁ
ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ପରିବାରକୁ ₹10 ଲକ୍ଷ ଆର୍ଥିକ ସହାୟତା ଘୋଷଣା ଭୁବନେଶ୍ୱର, ୩ ଅଗଷ୍ଟ (ହି.ସ.) । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଘଟିଥିବା ଏକ ଅପ୍ରତ୍ୟାଶିତ ଆଇଇଡି ବିସ୍ଫୋରଣରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ର
ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଆଇଇଡି ବିସ୍ଫୋରଣରେ ରେଳ କର୍ମଚାରୀଙ୍କ ମୃତ୍ୟୁ


ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ, ପରିବାରକୁ ₹10 ଲକ୍ଷ ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର, ୩ ଅଗଷ୍ଟ (ହି.ସ.) । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଘଟିଥିବା ଏକ ଅପ୍ରତ୍ୟାଶିତ ଆଇଇଡି ବିସ୍ଫୋରଣରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ବିଷୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଏକ ସାମାଜିକଗଣ ମାଧ୍ୟମ ପୋଷ୍ଟରେ କୁହା ଯାଇଛି ଯେ, ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ଏକ ଅପ୍ରତ୍ୟାଶିତ ଆଇଇଡି ବିସ୍ଫୋରଣରେ ଭାରତୀୟ ରେଳରେ କାର୍ଯ୍ୟରତ କି-ମ୍ୟାନ୍ ଇଟୁଆ ଓରାମଙ୍କ ଦୁଃଖଦ ପ୍ରାଣହାନି ବିଷୟରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

ଗଭୀର ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande