ଜୟପୁର, ୩ ଅଗଷ୍ଟ (ହି.ସ.) - ଗତ ତିନିଦିନ ଧରି ଲିଙ୍ଗରାଜ ନଗର, ରୁଦ୍ରାକ୍ଷ ନଗର ଓ ଇରିଗେସନ କଲୋନୀରେ ଚୋରି ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ମଧ୍ୟରାତ୍ରରେ କିଛି ଦୁର୍ବୁତ ମନ୍ଦିରର ୪ଟି ଗେଟର ତାଲା ଭାଙ୍ଗି ଚୋରି କରି ଷ୍ଟୋର ରୁମରୁ ଦୁଇଟି ଗ୍ୟାସ ସିଲିଣ୍ଡର, ପିତଳ ଥାଳି, ଠାକୁରଙ୍କ ଲୁଗା ସବୁ ଚୋରି କରି ନେଇଯାଇଛନ୍ତି। ଆଜି ସକାଳୁ ମନ୍ଦିର ସମ୍ମୁଖରେ ଥିବା ଦୋକାନୀ ମନ୍ଦିରର ସମସ୍ତ ଗେଟ ଭାଙ୍ଗିଥିବା ଦେଖିବା ପରେ ତୁରନ୍ତ ସ୍ଥାନୀୟ ଲୋକେ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଁଚି ଘଟଣାରେ ତଦନ୍ତ କରିବା ସହ ଏକ ମମାଲା ରୁଜୁ କରିଛନ୍ତି।
ଲଗାତାର ଦୁଇଦିନ ଦିନ ଧରି ଚୋର ଦଳ ରୁଦ୍ରାକ୍ଷ ନଗର ଇରିଗେସନ କଲୋନୀ ଓ ଲିଙ୍ଗରାଜ ନଗର ଅଂଚଳରେ ଚୋରି କରିବାରେ ସଫଳ ହେବା ପରେ ବର୍ତମାନ ମନ୍ଦିରମଧ୍ୟରେ ପ୍ରବେଶ କଲେଣି। ଗତକାଲି ସିସିଟିଭି କ୍ୟାମେରାରେ ଚୋର ଦଳଙ୍କ ଫୋଟ ଆସିବା ପରେ ମଧ୍ୟ ପୁଲିସ ଏଯାବତ କାହାରିକୁ ଗିରଫ କରିନାହିଁ। ଦିନେ ଦୁଇ ଦିନ ମଧ୍ୟରେ ଚୋରଦଳକୁ ଧରିବାରେ ଟାଉନପୁଲିସ ସଫଳ ହେବ ବୋଲି ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତ ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି