ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କୋରୁକୋଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ଆଜି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂର୍ବତନ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମାଡା ମାଡକାମିଙ୍କୁ କୋରୁକୋଣ୍ଡା ଶିକ୍ଷକ ପରିବାର ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆୟୋଜିତ ସଭାରେ ସଭାପତିତ୍ଵ କରିଥ
ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ କୋରୁକୋଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା


ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ଆଜି କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପୂର୍ବତନ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମାଡା ମାଡକାମିଙ୍କୁ କୋରୁକୋଣ୍ଡା ଶିକ୍ଷକ ପରିବାର ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆୟୋଜିତ ସଭାରେ ସଭାପତିତ୍ଵ କରିଥିଲେ କୋରୁକୋଣ୍ଡା ଗୋଷ୍ଠି ଶିକ୍ଷା ଅଧିକାରୀ ଅସିତ୍ ମିସ୍ତ୍ରୀ। ସ୍ଵତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ଗୋଷ୍ଠି ଶିକ୍ଷା ଅଧିକାରୀ ମାଡା ମାଡକାମି । ମୁଖ୍ୟବକ୍ତା ଭାବେ ଏ ଇଉ ପି ଟି ଏଫ ଖାରବେଳ ନଗର ଭୁବନେଶ୍ୱରର, ମାଲକାନଗିରି ଜିଲ୍ଲା ସଭାପତି ନୀଳକଣ୍ଠ ବେହେରା ଓ ମୁଖ୍ୟ ଅତିଥି ଭାବେ ହରିପୁରରୋଡର. ମାଲକାନଗିରି ଜିଲ୍ଲା ସଭାପତି ତାରକ ମଣ୍ଡଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲା ଏସ୍. ସି. ଏସ୍. ଟି. ଶିକ୍ଷକ ସଂଘର ସଭାପତି ବିଶ୍ୱନାଥ ଶବର ଓ କୋରୁକୋଣ୍ଡା ବ୍ଲକ ସଭାପତି ଅରବିନ୍ଦ ପ୍ରସାଦ ଜେନା।

ମଞ୍ଚ ପରିଚାଳନା କରିଥିଲେ ସୋମନାଥପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ କବି ଯଚିନ୍ଦ୍ର ସ୍ଵାଇଁ ଓ ଧନ୍ୟବାଦ ଅର୍ପଣ କରିଥିଲେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରଦ୍ୟୁମ୍ନ ସ୍ୱାଇଁ। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମଧ୍ୟରେ ଥିଲେ ଉତ୍ତମ ସମଦଦାର, ରଞ୍ଜିତ ସେଠି, ସରୋଜ ପ୍ରଧାନ, ମୁଡା ମାଡକାମି, ପ୍ରଦୀପ କୁମାର ମଲ୍ଲିକ, ଭଗବାନ ସାହୁ, ପ୍ରସନ୍ନ ସାମନ୍ତରାୟ, ଦେବାଶିଷ ମଣ୍ଡଳ ଆଦି ଉପସ୍ଥିତ ରହି ସଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲେ। ସମସ୍ତ ପୂର୍ବତନ ସି. ଆର. ସି. ସି. ଓ ବରିଷ୍ଠ ଶିକ୍ଷକଙ୍କ ଉପସ୍ଥିତିରେ ସମ୍ଵର୍ଦ୍ଧନା ସଭାଟି ଅନୁଷ୍ଠିତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande