ସୁବର୍ଣ୍ଣପୁର, ୩ ଅଗଷ୍ଟ (ହି.ସ.)- ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଧର୍ମଶାଳା ମହା ବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି l ୧୯୯୧ ମସିହାରେ ଧର୍ମଶାଳା ଉଚ୍ଚ ମହାବିଦ୍ୟାଳୟରେ କାର୍ଯ୍ୟ ଆରମ୍ଭ କରି ସେ କିଛି ବର୍ଷ ଅଧ୍ୟାପକ ଓ ୨୬ ବର୍ଷ ଅଧ୍ୟକ୍ଷ ଭାବେ ସୁଚାରୁ ରୁପେ କାର୍ଯ୍ୟ କରି ଅଞ୍ଚଳର ଅନେକ ଛାତ୍ର ଛାତ୍ରୀଙ୍କୁ ଭଲ ମଣିଷ କରି ଗଢ଼ି ତୋଳିବାରେ ଉଚ୍ଚ ପଦ ପଦବୀରେ ସ୍ଥାପିତ କରିବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ l
ଶିକ୍ଷା ବିଭାଗରେ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ ସହ କଲେଜର ଭିତ୍ତିଭୂମି ସହ ସାମଗ୍ରିକ ବିକାଶ ଉପରେ ଗୁରୁତ୍ବ ପ୍ରଦାନ କରି ପ୍ରଶଂସିତ ହୋଇଥିଲେ l ତାଙ୍କର ଏହି ଅବସରକାଳୀନ ବିଦାୟ ସମର୍ଦ୍ଧନାକୁ ନେଇ ତାଙ୍କର ଜାଲୋଏ ସ୍ଥିତ ବାସଭବନରେ ଏକ ସଭା ଅନୁଷ୍ଠିତ ହୋଇଥିଲା I ଏହି ସଭାରେ ତାଙ୍କର ପରିବାରର ସମସ୍ତ ଆତ୍ମୀୟ ଜନ ତଥା ପୁଅ, ଝିଅ, ଜ୍ୱାଇଁ, ଭାଇ, ଭାଉଜ, ଝିଆରୀ, ପୁତୁରା, ନାତି, ନାତୁଣୀ, ଭଣଜା, ଭାଣଜିଙ୍କ ସହିତ ଗାଁ ର କିଛି ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l ଶେଷରେ ତାଙ୍କର ଝିଆରୀ ପଦ୍ମିନୀ ମିଶ୍ର ବିଦାୟକାଳୀନ ସମ୍ବର୍ଦ୍ଧନାକୁ ନେଇ ଏକ ହୃଦୟସ୍ପର୍ଶୀ କବିତା ପଠନ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ