ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)-ସୌନ୍ଦର୍ଯ୍ୟ ହରାଉଛି କଳା ମଣ୍ଡଳ ପଡିଆ ଉପଯୁକ୍ତ ଯତ୍ନ ଅଭାବରୁ। ବଲାଙ୍ଗିର ସହରର କେନ୍ଦ୍ର ସ୍ଥଳିରେ ରହିଥିବା କୋଳଶ କଳା ମଣ୍ଡଳର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ବିଗତ ଦିନରେ ୩ କୋଟି ୯୦ ଲକ୍ଷ ଟଙ୍କା ମଂଜୁର କରିଥିଲେ । କିନ୍ତୁ, କାର୍ଯ୍ୟଭାର ନେଇଥିବା ସଂସ୍ଥା କୋଶଳ କଳା ମଣ୍ଡଳ ପଡିଆରେ ମାଟି କାଦୁଅ ଭର୍ତ୍ତି କରିବା ଦ୍ୱାରା ଏକ ଉର୍ବର ବାହାଲ ଜମି ଭ୍ରମରେ ପରିଣତ ହୋଇଛି । ତେଣୁ ଏହି ପଡିଆର କିର୍ତ୍ତିରାଜ ସୁରକ୍ଷା କମିଟି ପକ୍ଷରୁ ଏକ ପ୍ରତିବାଦ କାର୍ଯ୍ୟକ୍ରମ କରାଯାଇଥିଲା । ଧାନ ପଳା କାର୍ଯ୍ୟକ୍ରମ କରାଯାଇଥିଲା । ଐତିହ୍ୟ ବହନ କରୁଥିବା ପୁରୁଣା ମଂଚ ଯେଉଁ ମଂଚରେ ରାଜ୍ୟ ବାହାରୁ କଳାକାର କଳା ପ୍ରଦର୍ଶନ କରି ନାମିତ ହୋଇଛନ୍ତି ଆଠ ଦଶନ୍ଧିି ବର୍ଷ ପୁର୍ତ୍ତି ଗଲାଣି ପୁରୁଣା ମଂଚ ଏ ଯାଏଁ ମରାମତି ହୋଇ ନାହିଁ ।
ଆଜି ଏହି ଅବସରରେ ସକାଳୁ ବ୍ରାହ୍ମଣ ବେଦ ମନ୍ତ୍ର କରି ଧାନ ପଳା ରୁହା କାର୍ଯ୍ୟ ଆରମ୍ଭ ହୋଇଥିଲା । ଚାଷି ଏବଂ କଳାକାର ହଳିଆ ଗୀତ ଗାଇ କୋଶଳ କଳା ମଣ୍ଡଳରେ ପଲାରୁହା କାର୍ଯ୍ୟକ୍ରମ ହୋଇଥିଲା । ମାଟିରେ କୋଟି କୋଟି ଟଙ୍କା ପୋତି ହୋଇଥିବା ଓ ଦୁର୍ନିତି ହୋଇଥିବା ଅଭିଯୋଗ କରାଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଥିଲେ ମଧ୍ୟ କିଛି କାର୍ଯ୍ୟକାରି ହୋଇନଥିଲା । କିଛି ଦିନ ତଳେ ପ୍ରଶାସନର ବିଭିନ୍ନ କାର୍ଯ୍ୟକ୍ରମ ଚାଲିଥିବା ବେଳେ କାଦୁର ସରସର ହୋଇ ଚାଷ ଜମି ପାଲଟିଥିଲା । ଏହି ଅବସରରେ ଆଜି ଚାଷି ଦୁର୍ବାଦଳ ମହାକୁର ହଳିଆ ଗୀତ ଗାଇ ପ୍ରତିବାଦ ଜଣାଇଥିଲେ ଏବଂ ଶମ୍ଭୁ ପ୍ରସାଦ ଶତପଥି, ପ୍ରଶାନ୍ତ ମହାକୁର, ରିଣ୍ଟୁ ସାହୁ ଏବଂ କଳାକାର ଓ ବୁଦ୍ଧିଜିବି ଉପସ୍ଥିତ ଥିଲେ । ପଣ୍ଡିତ ରିଂକୁ ଶତପଥି ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ