ଚାଷୀ ଆତ୍ମହତ୍ୟା ଘଟଣାର କାରଣ ଓ ନିରାକରଣ ପାଇଁ ସରକାର ତୁରନ୍ତ ଟାକ୍ସଫୋର୍ସ କମିଟି ଗଠନ କରନ୍ତୁ- କଂଗ୍ରେସ
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) ଚାଷ ଜମିକୁ ଜଳସେଚନ କ୍ଷେତ୍ରରେ ଘୋର ଅଭାବ, ଋଣ ଭାର ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲହାନୀ ଫଳରେ ଗତ ୨୫ ବର୍ଷ ମଧ୍ୟରେ ୧୨ ହଜାରରୁ ଉର୍ଦ୍ଧ୍ଵ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହି ଦିଗରେ ସରକାରଙ୍କର ତିଳେମାତ୍ର ସମବେଦନା ଓ ନିଘା ନାହିଁ । ଧର୍ମକୁ ଆଖୁଠାର
ଚାଷୀ ଆତ୍ମହତ୍ୟା ଘଟଣାର କାରଣ ଓ ନିରାକରଣ ପାଇଁ ସରକାର ତୁରନ୍ତ ଟାକ୍ସଫୋର୍ସ କମିଟି ଗଠନ କରନ୍ତୁ- କଂଗ୍ରେସ


ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) ଚାଷ ଜମିକୁ ଜଳସେଚନ କ୍ଷେତ୍ରରେ ଘୋର ଅଭାବ, ଋଣ ଭାର ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଫସଲହାନୀ ଫଳରେ ଗତ ୨୫ ବର୍ଷ ମଧ୍ୟରେ ୧୨ ହଜାରରୁ ଉର୍ଦ୍ଧ୍ଵ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହି ଦିଗରେ ସରକାରଙ୍କର ତିଳେମାତ୍ର ସମବେଦନା ଓ ନିଘା ନାହିଁ । ଧର୍ମକୁ ଆଖୁଠାର ସଦୃଶ କେବଳ ବିଭାଗୀୟ ଅଧିକାରୀଙ୍କୁ ପଠାଇଦେଇ ଚାଷୀ ଆତ୍ମହତ୍ୟା ଘଟଣାର ସର୍ଜମିନ ପରେ ଏହା ଶୀତଳ ଭଣ୍ଡାରରେ କେବଳ ପକାଇ ଦେଉଛନ୍ତି । ଅନ୍ୟପଟେ ସରକାର ସଫେଇ ଦେଉଛନ୍ତି ଚାଷୀ ଆତ୍ମହତ୍ୟା ଘଟଣା ଘରୋଇ କଳି ଯୋଗୁଁ ସୃଷ୍ଟି ହୋଇଛି । ଅନ୍ନଦାତାଙ୍କ ପ୍ରତି ସରକାରଙ୍କର ସମ୍ବେଦନଶୀଳତା ପ୍ରକାଶ ପାଇବାତ ଦୂରର କଥା ବହୁ ସମୟରେ ଚାଷୀଙ୍କ ଅଧିକାରକୁ ସରକାର ଏଡ଼େଇ ଦେଇ ଚାଲିଛନ୍ତି । ତାହାର ଏକ ନିଚ୍ଛକ ନମୂନା ନିକଟରେ ବଲାଙ୍ଗୀର ଜିଲ୍ଲା ବଙ୍ଗମୁଣ୍ଡା ଥାନା ଡଙ୍ଗରଗଡ଼ା ପଞ୍ଚାୟତର ବନ୍ଦରା ଗ୍ରାମର ଚାଷୀ ରାଜ କୁମାର ପାତ୍ର ମରୁଡ଼ି ଜନିତ ଚାଷ ଉଜୁଡ଼ି ଯିବାରୁ ନିଜ କ୍ଷେତରେ ବିଷପିଇ ଆତ୍ମହତ୍ୟା କରିଛନ୍ତି । ଯଦି ଚାଷୀ ଆତ୍ମହତ୍ୟା ଘଟଣାର କାରଣ ନିରାକରଣ ଦିଗରେ ସରକାର ତତ୍ପରତା ପ୍ରକାଶ କରିବେ ନାହିଁ ଏହା ଆମ ରାଜ୍ୟ ପାଇଁ ଏକ ଅଶୁଭ ସଂକେତ ବୋଲି ଅଞ୍ଛଳ ଭାରତ କିଷାନ କଂଗ୍ରେସ କମିଟିର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ଅମିୟ କୁମାର ପଟ୍ଟନାୟକ କହିଛନ୍ତି । ମୃତ ଚାଷୀ ସ୍ବର୍ଗତ ପାତ୍ରଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହିତ କାଳ ବିଳମ୍ବ ନକରି ସରକାର ଏହି ପରିବାରକୁ ୨୦ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ, ଋଣ ପରିଶୋଧର ବ୍ୟବସ୍ଥା ଓ ଶତପ୍ରତିଶତ ଆତ୍ମନିଯୁକ୍ତି ଓ ଚାଷୀ ଆତ୍ମହତ୍ୟା ଘଟଣାର କାରଣ ଓ ନିରାକରଣ ସମ୍ପର୍କରେ ଶାସକ ଦଳ, ବିରୋଧ, କୃଷି ବିଶେଷଜ୍ଞ, କୃଷିବୀତ ଓ ଚାଷୀ ସଂଗଠନର ପ୍ରମୁଖ କର୍ମକର୍ତ୍ତାଙ୍କୁ ନେଇ ଏକ ଟାକ୍ସଫୋର୍ସ କମିଟି ଗଠନ କରିବାକୁ ସରକାରଙ୍କ ନିକଟରେ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବି କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande