ଭୁବନେଶ୍ୱର, 3 ଅଗଷ୍ଟ (ହି.ସ.)
କଟକ ଶେଖବଜାରସ୍ଥିତ ସଂସ୍କୃତି ଭବନରେ କ୍ରୀଡ଼ା ଭାରତୀ କଟକ ଶାଖା ତରଫରୁ ସାଧାରଣ ବୈଠକ ଅନୁଷ୍ଠିତ ହୋଯାଇଅଛି।ବୈଠକରେ ପୂର୍ବ ପ୍ରାନ୍ତ ଅଧ୍ୟକ୍ଷ ଡଃ ଅଶୋକ କୁମାର ନାୟକ , କ୍ରୀଡ଼ା ଭାରତୀ କଟକ ଶାଖା ଅଧ୍ୟକ୍ଷ ବନମାଳୀ ବିଶୋଇ, ସମ୍ପାଦକ ତୁଷାରକାନ୍ତ ସିଂହ, ଉପସଭାପତି ପ୍ରତାପ ଚନ୍ଦ୍ର ସିଂହ, କୋଷାଧ୍ୟକ୍ଷ ଅଞ୍ଜଳି ଦାସ ଓ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।ଏହି ବୈଠକରେ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ବିଶଦ ଆଲୋଚନା କରାଯାଇଥିଲା। ଶେଷରେ ଅଜୟ ସାହୁ ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ