ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)-
ଆଜି ବଲାଙ୍ଗିର ଜିଲ୍ଲା ମା ମାହେଶ୍ୱରୀ ସେନା ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲା ମା ମାହେଶ୍ୱରୀ ସେନା ସଭାପତି ମନୋଜ କରନ ଏହି ବୈଠକରେ ସଭାପତିତ୍ୱ କରି ଆଗାମୀ ଦିନରେ ମା ମାହେଶ୍ୱରୀ ସେନା ଦ୍ୱାରା ହେବାକୁ ଥିବା କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରିଥିଲେ । ଦିନ କେଇଟା ପରେ ପାଖେଇ ଆସୁଛି ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ । ନୁଆଁଖାଇ ପାଇଁ ଉତ୍ସବ ମୁଖର ହୋଇଉଠେ ଗାଁ ରୁ ସହର । କିନ୍ତୁ, ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କ ସମ୍ପର୍କୀୟ ସମସ୍ତ ଦୋକାନ ବଜାର ବନ୍ଦ ରହିବା ଦ୍ୱାରା ବହୁତ ହଇରାଣ ହୋଇଥାନ୍ତି । ସେଥିପାଇଁ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ମା ମାହେଶ୍ୱରୀ ସେନା ତରଫରୁ ତୃତୀୟ ବର୍ଷ ପାଇଁ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ଦିନ ଭୀମ ଭୋଇ ମେଡିକାଲ କଲେଜ ଓ ହସପିଟାଲରେ ମାଗଣା ଖାଦ୍ୟ ବଣ୍ଟନ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ଅଭିନବ ପ୍ରୟାସ ନୁଆଁଖାଇ ଦିନ ସମସ୍ତ ଦୋକାନ ବଜାର ବନ୍ଦ ଥିବା ଯୋଗୁଁ ହସପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସମ୍ପର୍କୀୟମାନେ ତଥା ଅନେକ ଅସହାୟ ଜନସାଧାରଣ ଏହି ଖାଦ୍ୟ ବଣ୍ଟନ ଦ୍ୱାରା ଉପକୃତ ହୋଇ ପାରିଥାନ୍ତି ଏବଂ ଏହାଦ୍ୱାରା ଅନେକଙ୍କ ମୁହଁରେ ହସ ଫୁଟି ପାରୁଛି ନୁଆଁଖାଇ ପବିତ୍ର ଦିନରେ । ଆଗକୁ ଖାଦ୍ୟ ବଣ୍ଟନ ସହିତ ବୃକ୍ଷରୋପଣ, ରକ୍ତଦାନ ଶିବିର, ମାଗଣା ସ୍ୱାସ୍ଥ୍ୟ ଶିବିର କରିବାକୁ ମଧ୍ୟ ନିଷ୍ପତି ହୋଇଛି ।
ବୈଠକରେ ମା ମାହେଶ୍ୱରୀ ସେନାର ସଂପାଦକ ରମାକାନ୍ତ ମେଶ୍ୱା, ଉପସଭାପତି ମନୋଜ ଖମାରୀ, କୋଷାଧ୍ୟକ୍ଷ ଅରୁଣ ପଲତା, ଜିଲ୍ଲା ମୁଖ୍ୟ ପର୍ଯ୍ୟବେକ୍ଷକ ସୁରେଶ କମ୍ପ, ବଲିଆର ସିଂ ବସ୍ତିଆ, ନନ୍ଦଲାଲ ମେଲ୍ଲ, ଅନିଲ ପଳିଆ, ରଞ୍ଜନ ଦନ୍ତା, ହେମନ୍ତ ଛୁରିଆ ଉପସ୍ଥିତ ରହି ନିଜ ନିଜର ମତ ପ୍ରକାଶ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ