ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ଓଡ଼ିଶା ବିଏସଇ ଉପାଧ୍ୟକ୍ଷ ନିହାର ରଞ୍ଜନ୍ ମହାନ୍ତି ଗିରଫ
ଭୁବନେଶ୍ୱର, ୩ ଅଗଷ୍ଟ (ହି.ସ.) । ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମ୍ ବ୍ରାଞ୍ଚ ରବିବାର ଦିନ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ର ଉପାଧ୍ୟକ୍ଷ ନିହାର ରଞ୍ଜନ୍ ମହାନ୍ତିଙ୍କୁ ଗିରଫ କରିଛି। ଶନିବାର ତାଙ୍କୁ ପଚରା ଉଚ
ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ଓଡ଼ିଶା ବିଏସଇ ଉପାଧ୍ୟକ୍ଷ ନିହାର ରଞ୍ଜନ୍ ମହାନ୍ତି ଗିରଫ


ଭୁବନେଶ୍ୱର, ୩ ଅଗଷ୍ଟ (ହି.ସ.) । ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କ୍ରାଇମ୍ ବ୍ରାଞ୍ଚ ରବିବାର ଦିନ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ର ଉପାଧ୍ୟକ୍ଷ ନିହାର ରଞ୍ଜନ୍ ମହାନ୍ତିଙ୍କୁ ଗିରଫ କରିଛି।

ଶନିବାର ତାଙ୍କୁ ପଚରା ଉଚୁରା କରାଯାଇଥିଲା । ଏହି ପଚରା ଉଚୁରା ପରେ ମହାନ୍ତିଙ୍କୁ ଏହି ଘଟଣାରେ ଜଡିତ ଥିବା କାରଣରୁ ଗିରଫ କରାଯାଇଛି। ଏହି ଗିରଫ ସହିତ, ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ଗିରଫ ସଂଖ୍ୟା ୮ ଜଣକୁ ପହଞ୍ଚିଛି।

ଉଲ୍ଲେଖନୀୟ ଯେ ସାରା ରାଜ୍ୟର ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ସ୍ୱତନ୍ତ୍ର ଓଟିଇଟି -2025 ପରୀକ୍ଷା ୨୦ ଜୁଲାଇରେ ଅନୁଷ୍ଠିତ ହେବାର ଥିଲା । ହେଲେ ପ୍ରଶ୍ନ ପତ୍ର ଲିକ୍ ହେବା କାରଣରୁ ଏହାକୁ ହଠାତ୍ ବାତିଲ୍ କରାଯାଇଥିଲା। ପରୀକ୍ଷାର ପୂର୍ବ ମଧ୍ୟ ରାତ୍ରୀରେ ଏକ ବିଜ୍ଞପ୍ତି ମାଧ୍ୟମରେ ପରୀକ୍ଷାକୁ ରଦ୍ଦ କରାଯିବା ସମ୍ପର୍କରେ ଘୋଷଣା କରାଯାଇଥିଲା । ଏହା ଫଳରେ ପରୀକ୍ଷାର୍ଥୀ ମାନଙ୍କ ମନରେ ଆଶଙ୍କା ଓ ଅସନ୍ତୋଷ ଦେଖିବାକୁ ମିଳିଥିଲା । ପରୀକ୍ଷା ପାଇଁ ମୋଟ ୭୫,୪୦୩ ଶିକ୍ଷକ ଆବେଦନ କରିଥିଲେ, ଯାହାକୁ ରାଜ୍ୟର ୩୦ଟି ଜିଲ୍ଲାର ୧୯୩ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ କରାଯିବାକୁ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande