ଓଡ଼ିଶା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ନିଷ୍ପତି, ୧୧ ଅଗଷ୍ଟ ୨୦୨୫ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ କାର୍ଯ୍ୟ ବନ୍ଦ
ଭଦ୍ରକ, ୩ ଅଗଷ୍ଟ (ହି.ସ.) - ଓଡ଼ିଶା ରାଜସ୍ୱ ଅମଲା ସଂଘର ଗୁରୁତ୍ୱପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୯ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କର ଅହେତୁକ ବିଳମ୍ବ ହେତୁ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ପରିପ
ODISHA RAJASWA AMALA SANGHA


ଭଦ୍ରକ, ୩ ଅଗଷ୍ଟ (ହି.ସ.) - ଓଡ଼ିଶା ରାଜସ୍ୱ ଅମଲା ସଂଘର ଗୁରୁତ୍ୱପୁର୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ଅନୁସାରେ ଜିଲ୍ଲାସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲାମାନଙ୍କର ୯ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କର ଅହେତୁକ ବିଳମ୍ବ ହେତୁ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ର ନିଷ୍ପତି ପରିପ୍ରେକ୍ଷୀରେ, ଆଜି ଓଡ଼ିଶା ରାଜସ୍ୱ ଅମଲା ସଂଘର, ଭଦ୍ରକ ଜିଲ୍ଲା ଶାଖାର ସଭାପତି ରବିନ୍ଦ୍ର କୁମାର ଦତଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରକାଶଥାଉକି, ଜିଲ୍ଲା ସ୍ତରରେ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କର ଦୀର୍ଘଦିନର ଦାବି ପୂରଣ କରିବା ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଯୋଗୁଁ ଜିଲ୍ଲା ସ୍ତରରେ ଅମଲା ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଦାବି ଗୁଡିକ ମଧ୍ୟ ରେ ମୁଖ୍ୟତଃ, ଜିଲ୍ଲା ସ୍ତରୀୟ କାର୍ଯ୍ୟରତ ରାଜସ୍ୱ ଅମଲା ମାନଙ୍କ ମୂଳ ଦରମା ଓଆରଏସପି-୨୦୧୭ ନିୟମ ଅନୁଯାଇ ଲେବେଲ- ୯ କୁ ବୃଦ୍ଧି କରାଯାଉ । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଏବଂ ଅଭିଯୋଗ ବିଭାଗର ପତ୍ର ସଂଖ୍ୟା :- ୮୮୯୮ ତାରିଖ – ୧୫-୦୩-୨୦୨୪ ଅନୁଯାୟୀ ସମସ୍ତ ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ କୁ ଆଧାର କରି ନୂତନ ପଦବୀ ସୃଷ୍ଟି ଓ ପଦବୀ ପୁନର୍ଗଠନ କରାଯାଉ । ରାଜ୍ୟରେ କାର୍ଯ୍ୟରତ ସମସ୍ତ ସରକାରୀ କର୍ମଚାରୀଙ୍କୁ ବାର୍ଷିକ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଲାଗୁ କରାଯାଉ । ୨୦୨୦ ମସିହାରେ ଲାଗୁ କରାଯାଇଥିବା ପୁନଃ ଥଇଥାନ ଯୋଜନାର ନିୟମାବଳୀକୁ ସମ୍ପୂର୍ଣ ଉଚ୍ଛେଦ କରାଯାଇ ୧୯୯୦ ମଶିହାରେ ଲାଗୁ କରାଯାଇଥିବା ନିୟମାବଳୀ ଅନୁଯାଇ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଯେକୌଣସି ଜଣେ ସଦସ୍ୟଙ୍କୁ ଯୋଗ୍ୟତା ଭିତିରେ ନିଯୁକ୍ତି ପ୍ରଦାନ କରାଯାଉ । ଓଡ଼ିଶା ରାଜସ୍ୱ ସେବା ପଦ୍ଧତି ରେ ରାଜସ୍ୱ ଅମଲା ମାନଙ୍କୁ ଶତ ପ୍ରତିଶତ ପଦୋନ୍ନତି ଦିଆଯାଉ । ନୂତନ ପେନସନ ଯୋଜନାକୁ ରଦ୍ଦ କରି ସମସ୍ତ ସରକାରୀ କର୍ମଚାରୀଙ୍କୁ ପୁରାତନ ପେନସନ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଉ । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସହ ବିଭିନ୍ନ ସମୟରେ ଏବଂ ବିଭିନ୍ନ ମାଧ୍ୟମରେ ପତ୍ରାଳାପ କରିବା ସହିତ ବିଭିନ୍ନ ସ୍ତରରେ ଆଲୋଚନା ମଧ୍ୟ ହୋଇସାରିଛି । କିନ୍ତୁ, ଉପରୋକ୍ତ ସମସ୍ତ ଆଲୋଚନା ପର୍ଯ୍ୟାଲୋଚନା ପରେ ମଧ୍ୟ ବର୍ତମାନ ଯାଏଁ ଫଳ ଶୂନ୍ୟ ହୋଇଅଛି । ଏହି ପରିପ୍ରେକ୍ଷୀରେ, ରାଜ୍ୟ ସରକାର ଆଗାମୀ ୧୦ ଅଗଷ୍ଟ ୨୦୨୫ ତାରିଖ ମଧ୍ୟରେ ଉପୋରକ୍ତ ଦାବି ଗୁଡିକ ପୂରଣ ନ କରନ୍ତି ତାହେଲେ, ରାଜ୍ୟ ସଂଘ ର କାର୍ଯ୍ୟକାରିଣୀ ବୈଠକରେ ଗୃହୀତ ହୋଇଥିବା ନିଷ୍ପତି ଅନୁସାରେ ଅଗଷ୍ଟ ୧୧ ତାରିଖ ଠାରୁ ସମ୍ପୂର୍ଣ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ବୋଲି ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଦତ, ସମ୍ପାଦକ ତପନ କୁମାର ସ୍ୱାଇଁ ପ୍ରକାଶ କରିଥିଲେ । ଏହି ଅବସରରେ ଉଦୟ ନାରାୟଣ ପଣ୍ଡା, ନିତ୍ୟାନନ୍ଦ ନାୟକ, ଏଲିନା ସେନାପତି, ସ୍ୱାଗତିକା ସାହୁ, ଆୟେଶକାନ୍ତ ନାୟକ, ଇତୁଲ କୁମାର ଘୋଷ, ରାଜେଶ ମାଝୀ, ସୁଧାଂଶୁ ପୋଥାଳ, ଖଗେନ୍ଦ୍ର ମଢେଇ ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ସଂପାଦକ ଓଁକାର ଦାସ ସଭା ପରିଚାଳନା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande