ଭୁବନେଶ୍ୱର, 03 ଅଗଷ୍ଟ
(ହି.ସ.) ବାଲେଶ୍ୱର ଜିଲ୍ଲା ସମୁଦ୍ର ଭିତରକୁ ଯାଇ ନିଖୋଜ ଥିବା ୪ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର
କରିବାକୁ ଓଡିଶା ପୋଲିସ ପକ୍ଷରୁ ବ୍ୟାପକ ତଲାସି ଅଭିଯାନ ଜାରି ରହିଛି।ଓଡିଶା ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ଓଡିଶା ପୋଲିସ ନିଜର ତିନୋଟି
ଅତ୍ୟାଧୁନିକ ବୋଟ ଯଥା କସଫଳ ସାମୁଦ୍ରିକ ଥାନାର ୧୨ ଟନ ବିଶିଷ୍ଟ ବୋଟ ଏବଂ ବଳରାମଗଡ଼ି
ସାମୁଦ୍ରିକ ଥାନାର ୧୨ ଓ୫ ଟନ ବିଶିଷ୍ଟ ଦୁଇଟି ବୋଟକୁ
ତଲାସୀ କାର୍ଯ୍ୟରେ ମୁତୟନ କରାଯାଇଛି। ଏହା ସହ ରାଜ୍ୟ ମତ୍ସ୍ୟ ସମ୍ପଦ ବିଭାଗରସାଗର ମିତ୍ର ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି।ଓଡ଼ିଶା ପୋଲିସର ତଟ ସୁରକ୍ଷା ବାହିନୀ ର ଡ୍ରୋନ ସହାୟତାରେ
ମତ୍ସଜୀବୀଙ୍କ ଅବସ୍ଥିତି ସମ୍ପର୍କରେ ଆକାଶ ମାର୍ଗରୁ ନିରୀକ୍ଷଣ କରାଯିବା ସହ ନିଖୋଜ
ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଆଜି ଭୋରସମୟରୁସାମୁଦ୍ରିକ ଥାନା ପକ୍ଷରୁ ସମୁଦ୍ର ମଧ୍ୟରେ ତଲାସୀ କରାଯାଉଅଛି ।ରାଜ୍ୟ ପୋଲିସର ଅନୁରୋଧ କ୍ରମେ ଭାରତୀୟ ତଟ ସୁରକ୍ଷା ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ
ସାମିଲ ହୋଇଛି।ଏହା ସହ ସମୁଦ୍ର ଉପକୂଳରେ ପୋଲିସ କର୍ମଚାରୀଙ୍କ ଦ୍ୱାରା ପଇଁତରା
ବ୍ୟବସ୍ଥା କୁ ଜୋରଦାର କରିବା ସହ ପଡୋଶୀ ରାଜ୍ୟର ସାମୁଦ୍ରିକ ଥାନା ସହ ଯୋଗାଯୋଗକରାଯାଇ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଅବ୍ୟାହତ
ରହିଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ