ପୋଖରୀରେ ପଡ଼ି ମହିଳା ମୃତ
ଭଦ୍ରକ, ୩ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ସୁରେଶ ସାହୁଙ୍କ ପତ୍ନୀ ରେବତୀ ସାହୁ (୪୦) ପୋଖରୀରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଓ ଗ୍ରାମବାସୀ ତିହିଡ଼ି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣ
ପୋଖରୀରେ ପଡ଼ି ମହିଳା ମୃତ


ଭଦ୍ରକ, ୩ ଅଗଷ୍ଟ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ପୀରହାଟ ଥାନା ଅଧୀନ ନରେନ୍ଦ୍ରପୁର ଗ୍ରାମର ସୁରେଶ ସାହୁଙ୍କ ପତ୍ନୀ ରେବତୀ ସାହୁ (୪୦) ପୋଖରୀରେ ପଡ଼ି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଓ ଗ୍ରାମବାସୀ ତିହିଡ଼ି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପ୍ରକାଶ ଯେ, ରବିବାର ସକାଳେ ରେବତୀ ଘରୁ କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ। ମାତ୍ର ଜଣେ ଗ୍ରାମବାସୀ ଗ୍ରାମ ନିକଟସ୍ଥ ଏକ ପୋଖରୀରେ ରେବତୀ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବାର ଦେଖି ପରିବାରକୁ ଖବର ଦେଇଥିଲେ। ପରିବାର ଲୋକ ଓ ଗ୍ରାମବାସୀ ରେବତୀଙ୍କ ପାଖରେ ପହଂଚି ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ଏ ସମ୍ପର୍କରେ ପୀରହାଟ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ମାଜିଷ୍ଟ୍ରେଟ ନମିତା ଧଳ ଶବ ଇନ୍‌କ୍ୱେଷ୍ଟ କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande