ଜୟପୁର, ୩ ଅଗଷ୍ଟ (ହି.ସ.) - ଫେରାର ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନବେ ହେଲେ ବାମୁଣି ଗାଁ ସନିଆ ପରଜା , ରଥ ହରିଜନ, ଧନଞ୍ଜୟ ନାୟକ,କ୍ରିଷ୍ଣା ବିଷୋୟୀ । ସୁଚନା ଅନୁଯାଇ ୪ ଅଭିଯୁକ୍ତ ନାମରେ ଜୟପୁର ସଦର ଥାନା ରେ ଗତ ୨୦୨୨ ମସିହାରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି । ସେହିପରି ବି ମାଳିଗୁଡା ପ୍ରଶାନ୍ତ କୁମାର ପାଢୀ ନାମରେ ୨୦୨୧ ମସିହାରେ ମାମଲା ରହିଛିବା ବେଳେ ବସନ୍ତ କୁମାର ପାଢୀ ନାମରେ ୨୦୨୧ ମସିହାରେ ମାମଲା ରହିଥିଲା , ଦାମାପୁଟ ଗ୍ରାମର ଗିରି ଧର ଖରା ୨୦୧୧ ମସିହାରେ ମାମଲା ରହିଥିଲା, ହାଡିଆ ସୁଦେଶ ହରିଜନ ନାମରେ ୨୦୨୩ ମସିହାରେ ଅପରାଧିକ ମାମଲା ରହିଥିଲା । ସେହିଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ଜୟପୁର ସଦର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି