ଓଡ଼ିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖା, କେନ୍ଦୁଝରର ୧୧ ଅଗଷ୍ଟରୁ ଆନ୍ଦୋଳନ ପାଇଁ ସାଧାରଣ ପରିଷଦ ପ୍ରସ୍ତୁତି ବୈଠକ
କେନ୍ଦୁଝର, ୩ ଅଗଷ୍ଟ (ହି.ସ.)- କେନ୍ଦୁଝର କଲେକ୍ଟରୋଟ କଲ୍ଚରାଲ କ୍ଳବ୍ ଠାରେ ରାଜସ୍ବ ଅମଲା ସଂଘ,କେନ୍ଦୁଝର ଶାଖାର ଏକ ସାଧାରଣ ପରିଷଦ ବୈଠକ କଲେକଟୋରେଟ କଲଚରାଲ କ୍ଲବ ସଭା ଗୃହରେ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଅଛି। ବୈଠକ ପ୍ରାରମ୍ଭରେ ଜିଲ୍ଲା ସଂଘର ସମ୍ପା
ଓଡ଼ିଶା ରାଜସ୍ବ ଅମଲା ସଂଘ ଜିଲ୍ଲା ଶାଖା, କେନ୍ଦୁଝରର ୧୧ ଅଗଷ୍ଟରୁ ଆନ୍ଦୋଳନ ପାଇଁ ସାଧାରଣ ପରିଷଦ ପ୍ରସ୍ତୁତି ବୈଠକ


କେନ୍ଦୁଝର, ୩ ଅଗଷ୍ଟ (ହି.ସ.)- କେନ୍ଦୁଝର କଲେକ୍ଟରୋଟ କଲ୍ଚରାଲ କ୍ଳବ୍ ଠାରେ ରାଜସ୍ବ ଅମଲା ସଂଘ,କେନ୍ଦୁଝର ଶାଖାର ଏକ ସାଧାରଣ ପରିଷଦ ବୈଠକ କଲେକଟୋରେଟ କଲଚରାଲ କ୍ଲବ ସଭା ଗୃହରେ ସଭାପତି ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଯାଇଅଛି। ବୈଠକ ପ୍ରାରମ୍ଭରେ ଜିଲ୍ଲା ସଂଘର ସମ୍ପାଦକ ପ୍ରଭାତେନ୍ଦୁ ନାୟକ ଆଗାମି ୧୧ ତାରିଖ ଠାରୁ ହେବାକୁ ଥିବା ଆନ୍ଦୋଳନ କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ସଚିନ କୁମାର ପଣ୍ଡା, ଉପ ସଭାପତି ମିନତୀ ସାହୁ, ରାଜ୍ୟ ସଂଘର କାର୍ଯ୍ୟକାରୀ ସଭାପତି ରଶ୍ମିରଜ୍ଞନ ମହାନ୍ତି , ଉପଦେଷ୍ଠା କୈଳାସ ଚନ୍ଦ୍ର ମଲ୍ଲିକ, ସରୋଜ କୁମାର ସାହୁ, ଭୁବନେଶ୍ବର ମହାପାତ୍ର ମିଡିଆ ସଂଯୋଜକ ପିତବାସ ମହାନ୍ତ ଏବଂ ପ୍ରତାପ କୁମାର ବୈଠା ଯୋଗଦାନ କରି ଆଗାମି ଆନ୍ଦୋଳନର ରୁପରେଖ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ମାନସ କୁମାର ଜେନା, ଦେବବ୍ରତ ବେହେରା , ଶିବାନୀ ନାଏକ, ପାର୍ଥସାରଥୀ ନାୟକ, ଛବିଳ ପାତ୍ର, ଜନ୍ମେଜୟ ସତପଥୀ, ସନ୍ତୋଷ କୁମାର ରଣା, ପ୍ରସନ୍ନ କୁମାର ରାମ, ସୁରେଶ ରଣା, ପ୍ରଭାତି ପ୍ରଧାନ, ଭିମସେନ ଜେନା, ପଙ୍କଜିନୀ ସେଠୀ, ସତ୍ୟବତୀ ଲାଗୁରୀ, ବବିତା ସାହୁ, ମିତାଲି ଦାସ,ଦିଲ୍ଲିପ କୁମାର ଜେନା,ଦିପକ ପାତ୍ର, ଅଞ୍ଜଳୀ ସାହୁଙ୍କ ସମେତ ଶତାଧିକ କର୍ମଚାରୀ ଯୋଗଦାନ କରି ୧୦ ଦାବୀ ଉପରେ ନିଜନିଜର ମତାମତ ଆଲୋକପାତ କରିଥିଲେ । ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଗଲା କି ଆସନ୍ତା ୧୧ ତାରିଖ ଠାରୁ ରାଜ୍ୟ ସଂଘର ଡାକରାରେ ଆନ୍ଦୋଳନକୁ ଯୋରଦର କରାଯିବା ସହିତ ଜନ ସାଧାରଣଙ୍କ କାର୍ଯ୍ୟରେ କୌଣସି ବ୍ୟାଘାତ ଘଟିଲେ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande