ରୋଟାରୀ କ୍ଲବ୍‌ ଫୁଲବାଣୀର ୪୫ ତମ ଅଧିଷ୍ଠାନ ଉତ୍ସବ ପାଳିତ
Rotary club program in Phulbani
ଫୋଟ


କନ୍ଧମାଳ, ୩ ଅଗଷ୍ଟ (ହି.ସ.)- ରୋଟାରୀ କ୍ଲବ୍‌ ଫୁଲବାଣୀର ୪୫ ତମ ଅଧିଷ୍ଠାନ ଉତ୍ସବ ମହାସମାରୋହରେ ସେନାପତି ରେସିଡେନସି ଠାରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଆଇଏସ ଅଫିସର (ଡିଜିଇଆରଆଇ) ରୋଟାରିଆନ ଅନିଲ କୁମାର ସାମଲ ଯୋଗଦେଇ ରୋଟାରୀର ସେବା ଭାବନାର ଉଚ୍ଚ ପ୍ରଶଂସା କରିଥିଲେ। ଏଥି ସହିତ ଗତ ବର୍ଷ ଅର୍ଥାତ ୨୦୨୪-୨୫ ବର୍ଷରେ ରୋଟାରି କ୍ଲବ ଫୁଲବାଣୀର ଉଲ୍ଲେଖନୀୟ କାର୍ଯ୍ୟକ୍ରମ ପାଇଁ ଇଣ୍ଡିଆ ବୁକ ରେକର୍ଡ ଏବଂ ଏସିଆ ଵୁକ ରେକର୍ଡରେ ସ୍ଥାନ ପାଇଥିବାରୁ ସମସ୍ତ କର୍ମକର୍ତାଙ୍କୁ ଧନ୍ୟବାଦ ଦେଇଥିଲେ l ସବୁଠାରୁ ଆକର୍ଷଣୀୟ ଥିଲା ମାତୃ ପିତୃ ବନ୍ଦନା ଉତ୍ସବ ଯେଉଁଥିରେ ୧୫ ଶହ ଛାତ୍ରଛାତ୍ରୀ ଏବଂ ତାଙ୍କର ଅଭିଭାବକ ମାନେ ଏଥିରେ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ୨୦୨୫-୨୬ ବର୍ଷ ପାଇଁ ରୋଟାରୀଆନ୍‌ ପ୍ରକାଶ କୁମାର ପଣ୍ଡା ସଭାପତି ଓ ଆଇନଜୀବୀ ବିରଜl ପ୍ରସାଦ ନାହାକ ସଂପାଦକ ଭାବରେ ପୂର୍ବ ସଭାପତି ରୋଟାରୀଆନ୍‌ ବିପ୍ର ଚରଣ ପାତ୍ର ଏବଂ ସଂପାଦକ ଆଇନଜୀବୀ ରୋଟାରୀଆନ୍‌ ବିଜୟ କୃଷ୍ଣ ପଟ୍ଟନାୟକଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଥିଲେ।

ସଭାପତି ଶ୍ରୀ ପଣ୍ଡା ଦାୟିତ୍ବ ଗ୍ରହଣ ପରେ ଆଗାମୀ ବର୍ଷରେ ରୋଟାରୀ ଯେଉଁ କାର୍ଯ୍ୟକ୍ରମ କରିବ, ସେ ସଂପର୍କରେ ସମସ୍ତଙ୍କୁ ଅବଗତ କରିଥିଲେ। ନିଜର ନୂଆ ଟିମକୁ ସମସ୍ତଙ୍କ ସହ ପରିଚିତ କରିବା ଅବସରରେ ସେ ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଥିଲେ।

ଏହି ଅଧିଷ୍ଠାନ ଉତ୍ସବରେ ଜିଲ୍ଲା ବାହାରୁ ଆସିଥିବା ରୋଟାରୀ କ୍ଲବ୍‌ର ପ୍ରତିନିଧି ଯୋଗଦେଇଥିଲେ। ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ଅତିଥି ଏବଂ ପୂର୍ବ ସଭାପତି ଓ ସଂପାଦକଙ୍କୁ ସଭାପତି ଶ୍ରୀ ପଣ୍ଡା ସମ୍ମାନୀତ କରିଥିଲେ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ସଂଚାଳନ ରୋଟାରୀଆନ୍‌ ପ୍ରସନ୍ନ ପଣ୍ଡା ଏବଂ ଡି. ଅରୁଣା କରିଥିବା ବେଳେ ସର୍ବଶ୍ରୀ ରୋଟାରୀଆନ୍‌ ହରିଶ୍ଚନ୍ଦ୍ର ମହାରଣା, କେ. ଜ୍ଞାନ ଦୋରା, କୁମାର୍ କୁନ୍ଦନ ସିଂ, ସର୍ବେଶ୍ୱର ମିଶ୍ର, ପ୍ରେସ କ୍ଲବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରୋଟାରୀକ୍ଳବ୍ ସହ ସମ୍ପାଦକ ସୁନୀଲ ପଟ୍ଟନାୟକ, ପୁର୍ବତନ ସଭାପତି ରବି ନାରାୟଣ ସୁବୁଦ୍ଧି, ପ୍ରଶାନ୍ତ ପାଣିଗ୍ରାହି, ସର୍ବେଶ୍ଵର ମିଶ୍ର, ପଦ୍ମ ଚରଣ ସ୍ବାଇଁ,ମନୋରଂଜନ ପଟ୍ଟନାୟକ, କେ ଜ୍ଞାନ ଦୋରା, ନୀଳ ମାଧବ ମିଶ୍ର, ମାନସ ପଣ୍ଡା,ଶରତ ସୁବୁଦ୍ଧି, ବାଲାଜୀ ପାତ୍ର, ଦେବେନ୍ଦ୍ର ପାତ୍ର, ସଞ୍ଜିତ ପାତ୍ର,, ଅଶୋକ ଧଳ, କୁନ୍ଦନ ସିଂହ, ଉପେନ୍ଦ୍ର ମହାପାତ୍ର, ପ୍ରମୁଖଙ୍କ ସହ ସହଯୋଗରେ ଏହି ଉତ୍ସବ ସଫଳତାର ସହ ସଂପନ୍ନ ହୋଇଥିବାରୁ ଶେଷରେ ସଂପାଦକ ବିରଜା ପ୍ରସାଦ ନାହାକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ। ଏହି ଅବସରରେ ସମସ୍ତ ରୋଟାରୀ ସଦସ୍ୟ ସଦସ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande