ବାରିପଦା, ୩ ଅଗଷ୍ଟ (ହି.ସ.)-
ଜିଲ୍ଲା ପରିଷଦ ମୟୂରଭଞ୍ଜ ଆନୁକୂଲ୍ୟରେ ବାରିପଦାସ୍ଥିତ କଲେଜ ପଡିଆଠାରେ ଜିଲ୍ଲାସ୍ତରୀୟ ସମ୍ପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ଏବଂ ଆକାଂକ୍ଷା ହାଟ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ହେମକାନ୍ତ ସୟଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୃହ ନିର୍ମାଣ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଭାବେ ଲୋକସଭା ସାଂସଦ ନବ ଚରଣ ମାଝୀ, ଉଦଳା ବିଧାୟକ ଭାସ୍କର ମଢେଇ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା ପ୍ରମୁଖ ଯୋଗଦେଇ କଲେଜ ପଡିଆ ଠାରେ ଆକାଂକ୍ଷା ହାଟ ଉଦଘାଟନ ପୂର୍ବକ, ପୂର୍ବରୁ ଜିଲ୍ଲାର ଯଶିପୁର ଓ ଠାକୁରମୁଣ୍ଡା ଆକାଂକ୍ଷା ବ୍ଲକ ଭାବେ ଥିବାବେଳେ ବର୍ତମାନ ନୀତି ଆୟୋଗଙ୍କ ଦ୍ୱାରା ରାଇରଙ୍ଗପୁର ଉପଖଣ୍ଡର ୬ଗୋଟି ବ୍ଲକକୁ ଅନ୍ତର୍ଭୁକ୍ତ କରାଯାଇଛି l ଏଣୁ ଏହି ବ୍ଲକର ଲୋକ ମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଆର୍ଥିକ, ସାମାଜିକ ଇତ୍ୟାଦି କ୍ଷେତ୍ରରେ ସାମଗ୍ରିକ ବିକାଶ ଘଟିଲେ ସେମାନଙ୍କର ଜୀବନ ଶୈଳୀରେ ଉନ୍ନତି ଘଟିବ l ଏଥିପାଇଁ ବିଭିନ୍ନ ବିଭାଗର ସମନ୍ୱୟରେ ଏହି ଅଂଚଳର ବିକାଶ ପାଇଁ ମିଶନ ମୋଡ଼ରେ କାର୍ଯ୍ୟ କରିବା ପାଇଁ ପଡିବ ବୋଲି କହିଥିଲେ l କାର୍ଯ୍ୟକ୍ରମରେ ଅଭିଯାନରେ ନୀତି ଆୟୋଗ ଦ୍ୱାରା ନିର୍ଧାର୍ଯ୍ୟ ପ୍ରମୁଖ ବିକାଶମୂଳକ ସୂଚକାଙ୍କରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଆଗଧାଡିର କର୍ମୀ, ପଂଚାୟତ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ପ୍ରଶାସକଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ସମ୍ମାନୀତ କରାଯାଇଥିଲା l ଏହି ସମାରୋହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଡିପିଏମ, ଓଏଲଏମ ଏବଂ ଠାକୁରମୁଣ୍ଡା ଓ ଯଶିପୁର ବ୍ଲକର ବିଡ଼ିଓ, ସିଡିପିଓ, ବିଏଓ, ବିପିଏମ ଏବଂ ବ୍ଲକର ତୃଣମୂଳ ସ୍ତରୀୟ ଆଗଧାଡିର କର୍ମୀ ଯଥା ଅଙ୍ଗନବାଡି କର୍ମୀ, ସହାୟକ, ଏମବିକେ, ସିଆରପି ଓ କୃଷକ ସାଥୀଙ୍କୁ ନିଜର କର୍ମନିପୁଣତା ପାଇଁ ସମ୍ମାନିତ କରାଯାଇଥିଲା l
ବାରିପଦା ଉପଜିଲ୍ଲାପାଳ ଡ. ଦୟାସିନ୍ଧୁ ପରିଡା କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଇଶ୍ୱର ଚନ୍ଦ୍ର ନାଏକ, ଏସିଡିଓ ଶାନ୍ତନୁ କୁମାର ନାୟକ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ରଜନୀ କାନ୍ତ ବିଶ୍ୱାଳଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଗଣମାଧ୍ୟମର ପ୍ରତନିଧି ମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ