ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ସହ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ କଲେ ସ୍ୱଚ୍ଛ ଭାରତ ସଂଗଠନର କର୍ମକର୍ତା
ସୁବର୍ଣ୍ଣପୁର, ୩ ଅଗଷ୍ଟ (ହି.ସ.)- ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିରରେ ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର, ମନମୁଣ୍ଡା ପକ୍ଷରୁ ସଂଘର କାର୍ଯ୍ଯକାରୀ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ସୂଚନା ଏହିକି ଯେ, ଗତ ୨୦୧୪ ମସିହା ଠାରୁ ଦୀର୍ଘ
ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ସହ ନୂତନ ଜିଲ୍ଲାପାଳ ଙ୍କୁ ସାକ୍ଷାତ କଲେ ସ୍ୱଚ୍ଛ ଭାରତ ସଂଗଠନ


ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ସହ ନୂତନ ଜିଲ୍ଲାପାଳ ଙ୍କୁ ସାକ୍ଷାତ କଲେ ସ୍ୱଚ୍ଛ ଭାରତ ସଂଗଠନ


ସୁବର୍ଣ୍ଣପୁର, ୩ ଅଗଷ୍ଟ (ହି.ସ.)-

ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିରରେ ସ୍ୱଚ୍ଛତା ଓ ପଲିଥିନ ମୁକ୍ତ ଅଭିଯାନ ସ୍ୱଚ୍ଛ ଭାରତ ସଂଗଠନ ସୋନପୁର, ମନମୁଣ୍ଡା ପକ୍ଷରୁ ସଂଘର କାର୍ଯ୍ଯକାରୀ ସଭାନେତ୍ରୀ ଇନ୍ଦୁମତୀ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି l ସୂଚନା ଏହିକି ଯେ, ଗତ ୨୦୧୪ ମସିହା ଠାରୁ ଦୀର୍ଘ ୧୨ ବର୍ଷ ଯାଏ ଅନବରତ ଭାବେ ଏହି ଅନୁଷ୍ଠାନ ଉଭୟ ସହରର ସମସ୍ତ ମନ୍ଦିର ମାନଙ୍କ ସହ ଜିଲ୍ଲା ଲୋକ ମହୋତ୍ସବ ଓ ପବ୍ଲିକ ପ୍ରଶାସନର ବିଭିନ୍ନ ଉତ୍ସବ ସଚେତନତା ଅଭିଯାନରେ ସାମିଲ ହୋଇ ସ୍ୱଚ୍ଛତା ଓ ପଲିଥିନ ମୁକ୍ତ କାର୍ଯ୍ୟକ୍ରମ କରିଆସୁଛି l ସଧାରଣ ଲୋକଙ୍କୁ ସଚେତନ କରିବାରେ ଉଲ୍ଲେଖନୀୟ ଭୂମିକା ରଖି ଆସିଛି l ଏହା ସହିତ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ସହ ସାମିଲ ହୋଇ ପରିବେଶ ସୁରକ୍ଷା ଓ ରକ୍ତଦାନ ଶିବିର ଆୟୋଜନରେ ମଧ୍ୟ ସକ୍ରିୟ ସାମିଲ ରହି ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ଜାରି ରଖିଛି l ଆଜିର ସଫେଇ କାର୍ଯ୍ୟକ୍ରମ ପରେ ପରେ ସହର ଜିଲ୍ଲା ତଥା ଜଗତ କଲ୍ୟାଣ ପାଇଁ ସାମୁହିକ ପ୍ରାର୍ଥନା କରାଯାଇଥିଲା l ପରେ ପରେ ସଂଗଠନର କର୍ମକର୍ତ୍ତାମାନେ ନୂତନ ଜିଲ୍ଲପାଳଙ୍କୁ ଜିଲ୍ଲାପାଳଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରି ମନ୍ଦିର ମାଳିନୀ ସହର ଓ ଜିଲ୍ଲାରେ ଥିବା ସମସ୍ତ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରର ରକ୍ଷଣାବେକ୍ଷଣ ତଥା ତା'ର ଦୃତ ବିକାଶ ସହ ସହରକୁ କିପରି ସ୍ୱଚ୍ଛ ସୁନ୍ଦର କରାଯାଇ ପାରିବ ତା ଉପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ l ଶ୍ରୀ ସୁବର୍ଣ୍ଣମେରୁ ମନ୍ଦିର, ମା ସୁରେଶ୍ଵରୀ ମନ୍ଦିର ଓ ବିଭିନ୍ନ ମନ୍ଦିରର ଅନେକ ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ l ସ୍ୱଚ୍ଛ ଭାରତ ସଂଗଠନ ସେବା ଓ ସଚେତନତା କାର୍ଯ୍ୟକ୍ରମରେ ସବୁବେଳେ ପ୍ରଶାସନ ସହ ମିଳିତ ସହଯୋଗରେ କାର୍ଯ୍ୟ କରିଆସୁଛି ବୋଲି କହିଥିଲେ l ଜିଲ୍ଲାପାଳ ଏସବୁ ସମସ୍ୟାର ତୁରନ୍ତ ସମାଧାନ ଲାଗି ପ୍ରତିଶ୍ରୁତି ଦେଇଥିବା ବେଳେ ଆଗକୁ ସହର ତଥା ଜିଲ୍ଲାର ସୌନ୍ଦର୍ଯ୍ୟକରଣ ଲାଗି ଅନେକ କାର୍ଯ୍ଯରେ ଆପଣ ମାନଙ୍କ ସହଯୋଗ ଜରୁରୀ ହେବ ବୋଲି କହିଥିଲେ l ଓ ଆଜିର ମନ୍ଦିର ସଫେଇ ପରେ ଜିଲ୍ଲାପାଳ ହଠାତ୍ ପରିଦର୍ଶନରେ ପହଞ୍ଚି ପରିସରର ସ୍ୱଚ୍ଛତା ପରିବେଶକୁ ଦେଖି ଓ ଦୀର୍ଘ ର ବର୍ଷର ସଂଗଠନର ଏ ପ୍ରୟାସକୁ ଭୂୟସୀ ପ୍ରଶଂସା କରି ସ୍ବେଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ l ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଗଲା l

ସମ୍ପାଦକ ମନୋରଂଜନ ତ୍ରୀପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ଯକ୍ରମରେ ସଂଘ ଉପଦେଷ୍ଟା ଶ୍ରୀବତ୍ସ ମଲ୍ଲିକ, ବରିଷ୍ଠ ସଦସ୍ୟ ପ୍ରମୋଦ କୁମାର ସାହୁ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରହଲ୍ଲାଦ ମିଶ୍ର, ଲଡୁ କିଶୋର ମଲ୍ଲିକ, ମନୋଜ୍ ପଣ୍ଡା, ଡ଼ା. ସାରୋଜ ପଟେଲ, ପ୍ରମୋଦ ମାହାଣା, ଗୋବିନ୍ଦ ମେହେର, ନରସିଂହ ବର୍ଗୀ, ଅମର ଭୁତ, ପ୍ରତାପ ଦାଶ, ଜୟନ୍ତ ବେହେରା, ଶୁଶାନ୍ତ ସାହୁ, ଜୟ ନାରାୟଣ ସାହୁ ପ୍ରମୁଖ ଅନେକ ସଦସ୍ୟ ସକ୍ରୀୟ ସାମିଲ ଥିଲେ l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande