ସ୍ୱଦେଶୀ ଜାଗରଣ ମଂଚର ଦୁଇଦିନିଆ ପ୍ରଶିକ୍ଷଣ ଉଦଯାପିତ
ସମ୍ବଲପୁର, ୦୩ ଅଗଷ୍ଟ (ହି.ସ.) - ସ୍ୱଦେଶୀ ଜାଗରଣ ମଂଚ ଓଡିଶା ପଶ୍ଚିମ ପ୍ରାନ୍ତର ଦୁଇଦିନିଆ ପ୍ରଶିକ୍ଷଣ ତଥା ବିଚାରବର୍ଗ ରବିବାର ଉଦଯାପିତ ହୋଇଯାଇଛି। ଭାରତକୁ ସମୃଦ୍ଧ କରିବାକୁ ହେଲେ ସ୍ୱଦେଶୀ ସ୍ୱାବଲମ୍ବନ ହିଁ ଏକମାତ୍ର ପନ୍ଥା। ଏଇ ମାଧ୍ୟମରେ ଭାରତ ଆର୍ôଥକ ସ୍ତରରେ ମଜବୁତ ହେବା ସହ ବିଶ୍ୱଗୁରୁ ହେଇ
ସ୍ବଦେଶୀ ଜାଗରଣ ମଞ୍ଚର ଦୁଇଦିନିଆ ପ୍ରଶିକ୍ଷଣ ଉଦଯାପିତ


ସମ୍ବଲପୁର, ୦୩ ଅଗଷ୍ଟ (ହି.ସ.) - ସ୍ୱଦେଶୀ ଜାଗରଣ ମଂଚ ଓଡିଶା ପଶ୍ଚିମ ପ୍ରାନ୍ତର ଦୁଇଦିନିଆ ପ୍ରଶିକ୍ଷଣ ତଥା ବିଚାରବର୍ଗ ରବିବାର ଉଦଯାପିତ ହୋଇଯାଇଛି। ଭାରତକୁ ସମୃଦ୍ଧ କରିବାକୁ ହେଲେ ସ୍ୱଦେଶୀ ସ୍ୱାବଲମ୍ବନ ହିଁ ଏକମାତ୍ର ପନ୍ଥା। ଏଇ ମାଧ୍ୟମରେ ଭାରତ ଆର୍ôଥକ ସ୍ତରରେ ମଜବୁତ ହେବା ସହ ବିଶ୍ୱଗୁରୁ ହେଇପାରିବ ବୋଲି ଉଦଘାଟନ ସମାରୋହରେ କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ। ଦୈନନ୍ଦିନ ଜୀବନରେ ସ୍ୱଦେଶୀକୁ ଆପଣେଇବା ସହ ଭାରତୀୟ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଂଚାଇବା ପାଇଁ ଆହ୍ୱାନ ଦେଇଥିଲେ ମନ୍ତ୍ରୀ।

ସେହିପରି ଉଦଯାପନୀ ସମାରୋହରେ ଯୋଗ ଦେବା ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ଯେ ଦେଶରେ ହିନ୍ଦୁ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଟିଏଫଆର ୨ ଦଶମିକ ରୁ ଖସି ୧.୩ ରେ ପହଁଚିଛି। ତେଣୁ ପରିବାର ନିୟୋଜନ ବଦଳରେ ପରିବାର ବଢ଼େଇବାକୁ ଆହ୍ୱାନ ଦେଇଛନ୍ତି। ଅଧିକ ଜନସଂଖ୍ୟା ଭାରତ ପାଇଁ ବିପଦ ନୁହେଁ ବରଂ ସମୃଦ୍ଧିର କାରଣ। ଦେଶର ଆର୍ôଥକ ନୀତି, କୃଷି ଓ ଜୈବିକ କୃଷି, ସ୍ଥାନୀୟ ଅଂଚଳରେ ପର୍ଯ୍ୟଟନର ବିକାଶ, କୁଟୀର ଶିଳ୍ପର ବିକାଶ, ଦକ୍ଷତା ବୃଦ୍ଧି, ପରିବେଶ ର ସୁରକ୍ଷା, ସ୍ୱଦେଶୀ ସୁରକ୍ଷା ସ୍ୱାବଲମ୍ବନ ଅଭିଯାନ କାର୍ଯ୍ୟକ୍ରମ ତଥା ସମସ୍ତ ସରକାରୀ ଯୋଜନାର ସଫଳ ରୁପାୟନ ଭଳି ବିଭିନ୍ନ ବିଷୟରେ ଆଲୋଚନା ଓ ବିଚାର ବିମର୍ଷ ଗତ ଦୁଇଦିନ ଧରି ଚାଲିଥିଲା । ଓଡ଼ିଶା ପଶ୍ଚିମ ପ୍ରାନ୍ତର ୧୪ ଜିଲ୍ଲା ମାନଙ୍କରୁ ୧୨୦ କାର୍ଯ୍ୟକର୍ତା ସ୍ୱଦେଶୀ ଜାଗରଣ ମଂଚର ପ୍ରଶିକ୍ଷଣ ବିଚାରବର୍ଗରେ ଯୋଗ ଦେଇଥିଲେ। ମଂଚର ରାଷ୍ଟ୍ରୀୟ ସହ ସଂଯୋଜକ ଧନପତରାମ ଅଗ୍ରୱାଲ, ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅନ୍ନଦା ଶଙ୍କର ପାଣିଗ୍ରାହୀ, ରାଷ୍ଟ୍ରୀୟ ପର୍ଯ୍ୟାବରଣ ପ୍ରମୁଖ ବନ୍ଦେଶଙ୍କର ସିଂହ, କ୍ଷେତ୍ରୀୟ ସମନ୍ୱୟକ ଶାରଦା ପ୍ରସାଦ ଶତପଥି, ପ୍ରାନ୍ତ ସଂଯୋଜକ ରମାକାନ୍ତ ପାତ୍ର, ସହ ସଂଯୋଜକ ମନୋରଞ୍ଜନ ରାଉତରାୟ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ପ୍ରାନ୍ତ ବିଚାର ବିଭାଗ ପ୍ରମୁଖ ରବିନାରାୟଣ ମିଶ୍ର ସଂଯୋଜନା କରିଥିବା ବେଳେ ମଂଚର ସମ୍ବଲପୁର ଜିଲ୍ଲା ସଂଯୋଜକ ଈଶ୍ୱର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭରତ ଗୌଡ଼, ସୁବ୍ରତ ମିଶ୍ର, ରିତେଶ ହଲଦାର, ତନ୍ମୟ ପ୍ରଧାନ, ଜଗଦୀଶ ପାଢ଼ୀ, ଅଭୟ ପ୍ରସାଦ ଜେନାସାହୁ, ମନୋଜ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande