କୁଲୁତା ସମାଜ ବଲାଙ୍ଗିର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)- କୁଲୁତା ସମାଜ ବଲାଙ୍ଗିର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ସମାଜର ସଭାପତି ଶଙ୍କର୍ଷଣ ପଧାନ ଓ ସଂପାଦକ ଶାନ୍ତନୁ କୁମାର ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରାମଚଣ୍ଡି ସେବା ସଦନ କାମାକ୍ଷିନଗର, ବଲାଙ୍ଗିରରେ
କୁଲୁତା ସମାଜ ବଲାଙ୍ଗିର ର ବୃକ୍ଷରୋପଣ


ବଲାଙ୍ଗିର, ୩ ଅଗଷ୍ଟ (ହି.ସ.)- କୁଲୁତା ସମାଜ ବଲାଙ୍ଗିର ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ସମାଜର ସଭାପତି ଶଙ୍କର୍ଷଣ ପଧାନ ଓ ସଂପାଦକ ଶାନ୍ତନୁ କୁମାର ଭୋଇ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମ ରାମଚଣ୍ଡି ସେବା ସଦନ କାମାକ୍ଷିନଗର, ବଲାଙ୍ଗିରରେ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକି ସାହୁ ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କୁଲୁତା ସମାଜ ସଭାପତି ବେଲାର ସିଂ ଭୋଇ, ପୁଇଁନ୍ତଲା ପଂଚାୟତ ସମିତି ଅଧ୍ୟକ୍ଷ ସରୋଜ କୁମାର ପଧାନ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ ।

ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପଦେଷ୍ଟା ରାହାସ ବିହାରୀ ମାଝି, ସୁରଥ ପଧାନ, କୋଷାଧ୍ୟକ୍ଷ ଶିରୋମଣି ସାହୁ, ସହ-ସଂପାଦକ ମଧୁ ସାହୁ, ସହଦେବ ପଧାନ, ପ୍ରହଲ୍ଲାଦ ଭୋଇ, କୁନ୍ତଳା ଗଡତ୍ୟ, ଇଂ ଭୁବନ ସାହୁ, ରାମଚନ୍ଦ୍ର ଭୋଇ, ପୂର୍ବ ସଭାପତି ରବିନ୍ଦ୍ର କୁମାର ପଧାନ, ଶାନ୍ତନୁ ପାତ୍ର, ଯୁବ ସାମ୍ମୁଖ୍ୟ ର ରବିନ୍ଦ୍ର ପଧାନ, ଲେଙ୍କା ସାହୁ, ସଂଜିବ କୁମାର ସାମଲ, ସୁଦର୍ଶନ ସାହୁ, ରୋହିମ ରଂଜନ ସାହୁ, ପ୍ରକାଶ ସାହୁ, ଶ୍ରୀନିବାସ ସାହୁ ତଥା ସମାଜର ସମସ୍ୟ ସଦସ୍ୟାମାନେ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande