ଉତ୍କଳ ସାମ୍ବାଦିକ ସଂଘର ବୈଠକ, ଯୋଗଦେଲେ ୫ ନୂଆ ସଦସ୍ୟ
ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖାର କାଲିମେଳା ବ୍ଲକ ସଦର ମହକୁମାରେ କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ସଭାପତି ଅଶୋକ କୁମାର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏ
ଉତ୍କଳ ସାମ୍ବାଦିକ ସଂଘର ବୈଠକ, ଯୋଗଦେଲେ ୫ ନୂଆ ସଦସ୍ୟ


ଉତ୍କଳ ସାମ୍ବାଦିକ ସଂଘର ବୈଠକ, ଯୋଗଦେଲେ ୫ ନୂଆ ସଦସ୍ୟ


ମାଲକାନଗିରି, ୩ ଅଗଷ୍ଟ (ହି.ସ.)- ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖାର କାଲିମେଳା ବ୍ଲକ ସଦର ମହକୁମାରେ କାଲିମେଳା ଓ ପଡିଆ ବ୍ଲକର ବିଭିନ୍ନ ସଦସ୍ୟଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଜିଲ୍ଲା ସଭାପତି ଅଶୋକ କୁମାର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ବୈଠକରେ କାଲିମେଳା ଓ ପଡିଆ ବ୍ଲକରେ ଥିବା ଉତ୍କଳ ସାମ୍ବାଦିକ ସଂଘର ବିଭିନ୍ନ ସଦସ୍ୟଙ୍କୁ ନେଇ ଆଂଚଳିକ ସାମ୍ବାଦିକତା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରାଯାଇଛି । ଏଥିସହ ବୈଠକରେ କାଲିମେଳା ଓ ପଡିଆ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ସାମ୍ବାଦିକଙ୍କୁ ନେଇ ଆଗାମୀ ଦିନରେ ଚୟନ ପ୍ରକ୍ରିୟା ମାଧ୍ୟମରେ ବ୍ଲକ ସ୍ତରରେ ସଭାପତି, ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଚୟନ କରାଯିବାକୁ ନେଇ ଆଲୋଚନା କରାଯାଇଛି ।

ଏହି ଅବସରରେ ମାନସ ରଞ୍ଜନ ଜେନା, ଶିବବ୍ରତ ଦାଶ, ରମେଶ ପାତ୍ର, ଏମଡି ନିଶାର ଖାଁ ଓ ପ୍ରେମାନନ୍ଦ ହାଲଦାର ପ୍ରମୁଖ ୫ ଜଣ ଉତ୍କଳ ସାମ୍ବାଦିକ ସଂଘରେ ନୂତନ ସଦସ୍ୟ ଭାବେ ଯୋଗ ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସାମ୍ବାଦିକ ସଂଘ ମାଲକାନଗିରି ଶାଖାର କାର୍ଯ୍ୟକାରୀ ସଭାପତି ନିରଞ୍ଜନ ମଲ୍ଲ, ଉପ ସଭାପତି ପ୍ରଶାନ୍ତ କୁମାର ସାହୁ, କୋଷାଧ୍ୟକ୍ଷ ହୃଷିକେଶ ସେଠୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ କେ. ଭାସ୍କର ରାଓ ସମେତ କାଲିମେଳା ଓ ପଡିଆ ବ୍ଲକର ୨୫ ରୁ ଉର୍ଦ୍ଧ୍ବ ସାମ୍ବାଦିକ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ କାଲିମେଳା ବ୍ଲକ ସମ୍ପାଦକ ରବିଶଙ୍କର ବାରିକ ପରିଚାଳନା କରିଥିଲେ । ବୈଠକ ପରେ ଉତ୍କଳ ସାମ୍ବାଦିକ ସଂଘର ବିଭିନ୍ନ ସଦସ୍ୟ କାଲିମେଳା ବ୍ଲକ ସଦର ମହକୁମାରେ ଦୀର୍ଘ ଦିନ ଧରି ରୋଗାଗ୍ରସ୍ତ ହୋଇ ପଡି ରହିଥିବା ସାମ୍ବାଦିକ ଜଗନ୍ନାଥ ପଡିଆମି ଓ ତାଙ୍କ ପରିବାର ଲୋକଙ୍କୁ ସାକ୍ଷାତ କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି । ଏଥିସହ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବାବଦରେ ସଂଘ ପକ୍ଷରୁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସହାୟତା ଯୋଗାଇ ଦେବାକୁ ଆଶ୍ଵାସନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande