ଭିଜିଲାନ୍ସ ଜାଲରେ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୬ଟି ସ୍ଥାନରେ ଚଢଉ
ବାରିପଦା, ୩ ଅଗଷ୍ଟ (ହି.ସ.)- ବାରିପଦା ସହରର ପ୍ରଫୁଲ୍ଲ ନଗରରେ ଥିବା ଏମଭିଆଇ ଗୋଲାପ ହାଁସଦାଙ୍କ ଘରେ ଭିଜଲାନ୍ସ ଚଢ଼ଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗୋଲାପ ଚନ୍ଦ୍ର ହାଁସଦାଙ୍କର ବାରିପଦା ପ୍ରଫୁଲ୍ଲ ନଗର ସ୍ଥିତ ନିଜଘର, ଭୁବନେଶ୍ୱର ଠାରେ ଝିଅ ରହୁଥିବା ଫ୍ଲାଟ
Vigilance raid


Vigilance raid at MVI' s house


ବାରିପଦା, ୩ ଅଗଷ୍ଟ (ହି.ସ.)- ବାରିପଦା ସହରର ପ୍ରଫୁଲ୍ଲ ନଗରରେ ଥିବା ଏମଭିଆଇ ଗୋଲାପ ହାଁସଦାଙ୍କ ଘରେ ଭିଜଲାନ୍ସ ଚଢ଼ଉ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଗୋଲାପ ଚନ୍ଦ୍ର ହାଁସଦାଙ୍କର ବାରିପଦା ପ୍ରଫୁଲ୍ଲ ନଗର ସ୍ଥିତ ନିଜଘର, ଭୁବନେଶ୍ୱର ଠାରେ ଝିଅ ରହୁଥିବା ଫ୍ଲାଟ, ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ସ୍ଥିତ ନିଜ ପୈତୃକ ଘର, ବୌଦ୍ଧ ଜିଲ୍ଲା ସ୍ଥିତ ଭଡ଼ା ଘର ଏବଂ ବୌଦ୍ଧ ଆରଟିଓ ଅଫିସ ମୋଟ ୬ଟି ଠିକଣାରେ ଆଜି ସକାଳ ଠାରୁ ଏକକାଳୀନ ଚଢ଼ଉ ଚାଲିଛି । ତେବେ ଭିଜିଲାନ୍ସର ବିଭିନ୍ନ ଟିମ ବିଭିନ୍ନ ଠିକଣାରେ ଚଢ଼ଉ ଜାରି ରଖିଥିବା ବେଳେ, ଦିନ ୧୨ଟା ସୁଦ୍ଧା ବାରିପଦା ଘରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ଅଳଙ୍କାର, ପାଖାପାଖି ୩୦ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ, ୧୦ ଏକର ପାଖାପାଖି ଜମିର କାଗଜପତ୍ର, ନଗଦ ୧ ଲକ୍ଷ ଟଙ୍କା, ବ୍ୟାଙ୍କ ପାସବୁକ ଇତ୍ୟାଦି ଜବତ କରିଥିବା ବେଳେ ଚଢ଼ଉ ଜାରି ରହିଛି ଏବଂ ଦିନ ତମାମ ଚଢ଼ଉ ଜାରି ରହିବ । ଏଣୁ ସମ୍ପୂର୍ଣ୍ଣ ଚଢ଼ଉ ସରିଲେ ଜବତ ସମ୍ପତ୍ତିର ଆକଳନ କରାଯିବା ପରେ ସଠିକ ସମ୍ପତି ତାଲିକା ଜଣାପଡିବ ବୋଲି ଭିଜିଲାନ୍ସ ଡିଏସପି ବିକାଶ ସ୍ବାଇଁ ପ୍ରକାଶ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande