ବ୍ରେନ ଷ୍ଟୋକରେ ପିଡ଼ିତ ଯୁବକଙ୍କ ପରଲୋକ
କୋରେଇ, ୩ ଅଗଷ୍ଟ (ହି.ସ.) - ପାଣିକୋଇଲି ପଂଚାୟତ ଅନ୍ତର୍ଗତ ପାଣିକୋଇଲି ସାନ୍ତରା ସାହିର ବ୍ରେନ ଷ୍ଟ୍ରୋକରେ ପିଡ଼ିତ ଜଣେ ଯୁବକ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ଉକ୍ତ ଯୁବକ ଜଣକ ହେଲେ ସ୍ୱର୍ଗତ ଶଙ୍କର୍ଷଣ ନାୟକଙ୍କ ବଡ଼ପୁଅ ସଂଜୟ କୁମାର ନାୟକ। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର
ବ୍ରେନ ଷ୍ଟୋକରେ ପିଡ଼ିତ ଯୁବକଙ୍କ ପରଲୋକ


କୋରେଇ, ୩ ଅଗଷ୍ଟ (ହି.ସ.) - ପାଣିକୋଇଲି ପଂଚାୟତ ଅନ୍ତର୍ଗତ ପାଣିକୋଇଲି ସାନ୍ତରା ସାହିର ବ୍ରେନ ଷ୍ଟ୍ରୋକରେ ପିଡ଼ିତ ଜଣେ ଯୁବକ ଆଜି ସକାଳେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଗମନ କରିଛନ୍ତି। ଉକ୍ତ ଯୁବକ ଜଣକ ହେଲେ ସ୍ୱର୍ଗତ ଶଙ୍କର୍ଷଣ ନାୟକଙ୍କ ବଡ଼ପୁଅ ସଂଜୟ କୁମାର ନାୟକ। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ସଂଜୟ ଗତ ବର୍ଷ ନଭେମ୍ବର ମାସରେ ବ୍ରେନ ୍େ‌ଷ୍ଟ୍ରାକରେ ପିଡ଼ିତ ହୋଇ କଟକ ବଡ଼ ଡ଼ାକ୍ତରଖାନାରୁ ଅସ୍ତ୍ରୋପଚାର ହୋଇ ଘରକୁ ଫେରିଥିଲେ। ମାତ୍ର ଘରକୁ ଫେରିବାର କିଛି ମାସ ପରେ ସେ ଶଯ୍ୟାଶାୟୀ ହୋଇ ପଡ଼ିଥିଲେ। ତେବେ ଗତ କାଲି ରାତିରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ମୂଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଡ଼ାକ୍ତରଖାନାରେ ପହଂଚିବାର କିଛି ସମୟ ମଧ୍ୟରେ ତାଙ୍କର ପରଲୋକ ଘଟିଥିଲା। ପରିବାର ଲୋକ ମାନେ ତାଙ୍କର ମୃତ ଶରୀରକୂ ସ୍ୱର୍ଗରଥରେ ଆଣି ଗ୍ରାମରେ ପହଂଚିବା ପରେ ଗ୍ରାମବାସୀ ମାନେ ଅଶ୍ରୁଳ ଶ୍ରଦ୍ଧାଞଳୀ ଦେଇଥିଲେ। ପରେ ତାଙ୍କର ମୃତ ଶରୀରକୁ ଗ୍ରାମ ଶ୍ମସାନରେ ସତ୍କାର କରାଯାଇଥିଲା। ସାନ ଭାଇ ସନ୍ଦୀପ ମୂଖାଗ୍ନୀ ଦେଇଥିଲେ। ସ୍ୱର୍ଗତ ସଂଜୟ ଜଣେ ମେଳାପି ଓ ପରୋପକାରୀ ବ୍ୟକ୍ତି ଭାବେ ସ୍ଥାନୀୟ ଅଂଚଳରେ ପରିଚିତ ଥିବା ବେଳେ ତାଙ୍କର ମୃତ୍ୟୁ ଖବର ପାଇ ଗ୍ରାମବାସୀ ମାନେ ତାଙ୍କର ଶେଷ ଦର୍ଶନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande