ବୋଲବମ୍ ଭକ୍ତଙ୍କ ସେବାରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା
କେନ୍ଦୁଝର ୩ ଅଗଷ୍ଟ (ହି.ସ.)ଆସନ୍ତା କାଲି ଶ୍ରାବଣ ମାସର ଶେଷ ସୋମବାର। ରାଜ୍ୟର ସର୍ବ ପୁରାତନ ଶିବମନ୍ଦିର ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଓଡ଼ିଶାର କୋଣ ଅନୁ କୋଣରୁ ଲିଙ୍ଗରାଜ ମନ୍ଦିରକୁ ପାଣି ଢାଳିବା ପାଇଁ ଶିବଭକ୍ତ ଙ୍କ ଆଗମନ ହୋଇଥାଏ। ଏହି ଦୃଷ୍ଟିରୁ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସ
ବୋଲବମ୍ ଭକ୍ତଙ୍କ ସେବାରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା


କେନ୍ଦୁଝର ୩ ଅଗଷ୍ଟ (ହି.ସ.)ଆସନ୍ତା କାଲି ଶ୍ରାବଣ ମାସର ଶେଷ ସୋମବାର। ରାଜ୍ୟର ସର୍ବ ପୁରାତନ ଶିବମନ୍ଦିର ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଓଡ଼ିଶାର କୋଣ ଅନୁ କୋଣରୁ ଲିଙ୍ଗରାଜ ମନ୍ଦିରକୁ ପାଣି ଢାଳିବା ପାଇଁ ଶିବଭକ୍ତ ଙ୍କ ଆଗମନ ହୋଇଥାଏ। ଏହି ଦୃଷ୍ଟିରୁ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ରାଜ୍ୟ ସଭାପତି ଅଭିଳାଷ ପଣ୍ଡାଙ୍କ ଉପସ୍ଥିତିରେ ଭକ୍ତଙ୍କ ସୁରକ୍ଷା ଏବଂ ସବୁ ଦୃଷ୍ଟିରୁ କିଭଳି ଭାବେ ଭକ୍ତଙ୍କର କୌଣସି ପ୍ରକାର ଅସୁବିଧା ନହେବ ସେହି ଦୃଷ୍ଟିରୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଙ୍କ ସହଯୋଗରେ ଭୁବନେଶ୍ୱର ହଂସପାଳ ଠାରେ ସେବା କାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି। ଆମ କାର୍ଯ୍ୟକର୍ତ୍ତା ରବିବାର ଠାରୁ ଆରମ୍ଭ କରି ସୋମବାର ସକାଳ ପର୍ଯ୍ୟନ୍ତ ଯେଉଁ ଭକ୍ତମାନେ ଅସୁସ୍ଥ ଅନୁଭବ କରୁଛନ୍ତି ତୁରନ୍ତ ମେଡିସିନ ଦେବାସହ ଭକ୍ତଙ୍କର ସ୍ୱାସ୍ଥ୍ୟର ଯତ୍ନ ନେଉଛନ୍ତି, ଭକ୍ତଙ୍କ ପାଇଁ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯିବ ସହ ବିଶ୍ରାମ ନେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ବିଗତ ଦିନ ମାନଙ୍କରେ ଆମ କାର୍ଯ୍ୟକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରାରେ ଭକ୍ତଙ୍କ ପାଇଁ ସେବା କାର୍ଯ୍ୟ ହଉ କିମ୍ବା ଆଜି ବୋଲ ବମ୍ ଭକ୍ତଙ୍କ ପାଇଁ ହେଉ ଆମ କାର୍ଯ୍ୟକର୍ତ୍ତା ସବୁ ସମୟରେ ନିଷ୍ଠାର ସହ ଭକ୍ତଙ୍କ ପାଇଁ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରି ଆସିଛନ୍ତି ବୋଲି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି। ଏହି ଅବସରରେ ବାଲେଶ୍ଵର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀ ମହୋଦୟ, ଭାଜପା ରାଜ୍ୟ ଉପ ସଭାପତି ବିରଞ୍ଚି ତ୍ରିପାଠୀ ମହୋଦୟ ଆସି ନିଜକୁ ସେବା କାର୍ଯ୍ୟରେ ନିୟୋଜିତ କରିଥିଲେ।

ଅନ୍ୟମାନଙ୍କ ଭିତରେ ରାଜ୍ୟ ସମ୍ପାଦକ ସୁବ୍ରତ ବିଶ୍ଵାଳ,ପ୍ରଶାନ୍ତ ପାଇକରାୟ, ଚଣ୍ଡୀ ପ୍ରସାଦ ବେହେରା, ବିଶ୍ୱଜିତ୍ ମିଶ୍ର, ପ୍ରିତମ ଦାସ, ଆଶୁତୋଷ ନାୟକ, ସୌଭାଗ୍ୟ ମହାନ୍ତି, ରାଜିତ ନାୟକ, ଦେବବ୍ରତ ଦାସଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ରହି ସେବା କାର୍ଯ୍ୟରେ ସହଯୋଗ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande