ଖାଲଖମାରେ ଭର୍ତି ବୁଦ୍ଧଲିଙ୍ଗ ଭଗବାନପୁର ରାସ୍ତା
ଧର୍ମଶାଳା,୩ ଅଗଷ୍ଟ - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ କୋତପୁର ପଂଚାୟତ ବୁଦ୍ଧଲିଙ୍ଗ ଛକରୁ ଭଗବାନପୁରକୁ ସଂଯୋଗ କରୁଥିବା ପର୍ଯ୍ୟନ୍ତ କଂକ୍ରିଟ୍ ରାସ୍ତା ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଛି । ଏହି ରାସ୍ତା ଦେଇ ଯାତାୟତ କରୁଥିବା ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଥାଉକି ବର
ସୁଜନପୁର-କାକୁଡିକୁଦ ରାସ୍ତାର ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ବରୀ ବିଧାୟକ


ଧର୍ମଶାଳା,୩ ଅଗଷ୍ଟ - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ କୋତପୁର ପଂଚାୟତ ବୁଦ୍ଧଲିଙ୍ଗ ଛକରୁ ଭଗବାନପୁରକୁ ସଂଯୋଗ କରୁଥିବା ପର୍ଯ୍ୟନ୍ତ କଂକ୍ରିଟ୍ ରାସ୍ତା ମରାମତି ଅଭାବରୁ ଖାଲଖମାରେ ପରିଣତ ହୋଇଛି । ଏହି ରାସ୍ତା ଦେଇ ଯାତାୟତ କରୁଥିବା ଅଂଚଳବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନା ଥାଉକି ବରୁହାଁ-ବାଲିଚନ୍ଦ୍ରପୁର ରାସ୍ତାର ଚତର ପଡ଼ିଆ ନିକଟରୁ ବାହାରିଥିବା ଏହି ରାସ୍ତା ଗୋକର୍ଣ୍ଣେଶ୍ୱର-ବନମାଳିପୁର ନଦୀବନ୍ଧ ରାସ୍ତାର ବୁଦ୍ଧଲିଙ୍ଗ ଛକ ନିକଟରେ ସଂଯୋଗ ହୋଇଛି । ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହାକୁ ୬ବର୍ଷ ପୂର୍ବେ ଢଳେଇ କରାଯାଇଥିଲା । ୭ଶହ ମିଟର ଲମ୍ବର ଏହି ରାସ୍ତା ନିର୍ମାଣରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୫୦ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରାଯାଇଥିଲା । ଏଥିରେ ଏକାଧିକ କଲଭର୍ଟ ଓ କଂକ୍ରିଟ୍ ୱାଲ ନିର୍ମାଣ ହୋଇଥିଲା । ତେବେ ଏହା ଏକ ବନ୍ୟାପ୍ରବଣ ଅଂଚଳ ହୋଇଥିବାରୁ ପ୍ରତିବର୍ଷ ରାସ୍ତା ଉପରେ କେଲୁଅ ନଦୀର ବନ୍ୟାଜଳ ପ୍ରବାହିତ ହୋଇଥାଏ । ସେହିପରି ୨୦୨୦ରେ ହୋଇଥିବା ବନ୍ୟାରେ ଏହି ରାସ୍ତା ୧ସପ୍ତାହ ଧରି ବନ୍ୟାଜଳରେ ବୁଡ଼ି ରହିଥିଲା । ଫଳରେ ଅନେକ ସ୍ଥାନରେ ରାସ୍ତା ଭାଙ୍ଗିରୁଜି ଯିବା ସହ ଧୋଇ ହୋଇ ଯାଇଥିଲା । ୫ବର୍ଷ ହେଲା ରାସ୍ତାରେ ଅନେକ ଖାଲଖମା ସୃଷ୍ଟି ହୋଇଥିଲେ ମଧ୍ୟ ଏହାକୁ ମରାମତି କରାଯାଉନାହିଁ । ଏ ସଂପର୍କରେ ସ୍ଥାନୀୟ ଅଂଚଳବାସୀ ବହୁବାର ବିଭାଗୀୟ ଅଧିକାରୀ ଓ ରାଜନେତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଉକ୍ତ ରାସ୍ତାର ଅବସ୍ଥା ସୁଧୁରି ପାରୁନାହିଁ । ଏହି ରାସ୍ତା ଦେଇ ପ୍ରତ୍ୟହ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ ବଜ୍ରଗିରି କଲେଜ୍‌କୁ ଯାଇଥାନ୍ତି । ସେହିପରି ଲୋକମାନେ ବୁଦ୍ଧଲିଙ୍ଗ ମନ୍ଦିର ଓ ନିକଟସ୍ଥ ଛକକୁ ବହୁ କଷ୍ଟରେ ଯାତାୟାତ କରିଥାନ୍ତି । ରାସ୍ତାଟି କମ୍ ଉଚ୍ଚର ହୋଇଥିବାରୁ ପ୍ରତ୍ୟେକ ବର୍ଷ ରାସ୍ତା ଉପରେ ବନ୍ୟାଜଳ ପ୍ରବାହିତ ହୋଇ ରାସ୍ତା ନଷ୍ଟ କରୁଛି । ରାସ୍ତାକୁ ଅଧିକ ଉଚ୍ଚ ଓ ମଜବୁତ କରିବା ପାଇଁ ପୂର୍ବତନ ସରପଂଚ ସନ୍ତୋଷ କୁମାର ଜେନା ଓ ଯୁବନେତା ଅମୀୟ କୁମାର ପରିଡ଼ା ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande