ବଳଙ୍ଗା ପୀଡିତା ଙ୍କ ମୃତ୍ୟୁ ପରେ ସରକାର ଙ୍କୁ ଘେରିଲା କଂଗ୍ରେସ
ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.) ବଳଙ୍ଗା ପୀଡିତା ଙ୍କ ମୃତ୍ୟୁ ପରେ କଂଗ୍ରେସ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛି । କଂଗ୍ରେସ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ଯେ, ପୀଡିତା ଙ୍କ ବୟାନ ବାରମ୍ବାର ରେକଡ଼ କରାଯାଇଛି । 6 ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସେ ଧୀରେ ଧୀରେ
ବଳଙ୍ଗା ପୀଡିତା ଙ୍କ ମୃତ୍ୟୁ ପରେ ସରକାର ଙ୍କୁ ଘେରିଲା କଂଗ୍ରେସ


ଭୁବନେଶ୍ୱର, 04 ଅଗଷ୍ଟ (ହି.ସ.) ବଳଙ୍ଗା ପୀଡିତା ଙ୍କ ମୃତ୍ୟୁ ପରେ କଂଗ୍ରେସ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛି ।

କଂଗ୍ରେସ ମୁଖପାତ୍ର ସୋନାଲୀ ସାହୁ କହିଛନ୍ତି ଯେ, ପୀଡିତା ଙ୍କ ବୟାନ ବାରମ୍ବାର ରେକଡ଼ କରାଯାଇଛି । 6 ଦିନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମଧ୍ୟ ସେ ଧୀରେ ଧୀରେ ସୁସ୍ଥ ହେଉଥିବା କଥା କହିଛନ୍ତି. । ତେବେ କେମିତି ତାଙ୍କ ମୃତ୍ୟୁ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେ କହିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ। ଷଡଯନ୍ତ୍ର କରି ହତ୍ୟା । ଦୁଖୀ ଶ୍ୟାମ ସ୍ୱାଇଁ ଙ୍କ ଖୋଜ ଖବର ନ ମିଳିବା, ପୋଡି ଥିବା 3 ଜଣ ଦୁର୍ବୃତ୍ତ ଙ୍କର ବୟାନ ସନ୍ଦେହ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି ।

ଅନ୍ୟ ପକ୍ଷରେ କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟ କହିଛନ୍ତି ଯେ ଝିଅ ର ବାପା କହୁଛନ୍ତି ଝିଅ ର ମାନସିକ ସ୍ଥିତି ଠିକ ନଥିଲା । ଅନ୍ୟପଟେ ପୋଲିସ କହୁଛି କାହାର ସମ୍ପୃକ୍ତି ନାହିଁ । ସରକାର ଏହି ମାମଲା କୁ ଚାପି ଦେବାକୁ ଚାଁହୁଛନ୍ତି । 7 ଦିନ ଭିତରେ ଡିଜି ଯଦି ମାମଲା ର ସମ୍ପୃକ୍ତି ଥିବା 3 ଅଭିଯୁକ୍ତ ଙ୍କୁ ନ ଧରିଲେ ଡିଜି ଅଫିସ ଘେରାଉ କରିବୁ ।

ସେ କହିଛନ୍ତି ଯେ, ପୋଲିସ ର ହଠାତ ରାତି ଅଧିଆ ଟ୍ୱିଟ ଅନେକ ସନ୍ଦେହ ସୃଷ୍ଟି କରୁଛି । ଆକାଶ ରୁ ନିଆଁ ପଡି କଣ ପୀଡିଡା ଙ୍କ ମୃତ୍ୟୁ ହେଲା ? ପଡିତା ଙ୍କ ଷ୍ଟେଟମେଣ୍ଟ ର ଭିଡିଓ ରେକଡିଙ୍ଗ ସାମ୍ନା କୁ ଅଣା ଯାଉ । ସରକାର ଘଣ୍ଟ ନ ଘୋଡ଼ାଇ ଅଭିଯୁକ୍ତ ଙ୍କୁ ଧରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande