ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) ମତ୍ସ୍ୟ,
ପଶୁ ସମ୍ପଦ ଓ ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ
ମଲ୍ଲିକ ରବିବାର ଦିନ ଗଂଜାମ ଜିଲ୍ଲାରେ ଜନସାଧାରଣଙ୍କ ଅଭିଯୋଗ ଶୁଣିଛନ୍ତି । ସେ ନିଜେ ସୋସିଆଲ
ମିଡିଆରେ ଏହି ସୂଚନା ଦେଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି. ଆଜି ବୁଗୁଡ଼ା ବାସଭବନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ
ପ୍ରାନ୍ତରୁ ଆସିଥିବା ଜନସାଧାରଣଙ୍କ ଅଭିଯୋଗ ଶୁଣିଲି। ଅଭିଯୋଗ ଗୁଡ଼ିକର ତ୍ବରିତ ସମାଧାନ ପାଇଁ
ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଲି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ