ଉପଯୁକ୍ତ ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରାଥମିକ ଶିକ୍ଷକ - ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ
ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) ପ୍ରାଥମିକ ଶିକ୍ଷକ ଉପଯୁକ୍ତ ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ସମସ୍ତ ବିଭାଗରେ ଉଚ୍ଚଶିକ୍ଷା ପାଇଁ ଅନୁମତି ଥିଲେ ବି ଏଯାଏଁ କନିଷ୍ଠ ଶିକ୍ଷକ ଉଚ୍ଚଶିକ୍ଷା ପାଇଁ ପାଉ ନାହାଁନ୍ତି ଏନଓସି । ମହିଳା ଶିକ୍ଷୟ
ଉପଯୁକ୍ତ ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହେଉଛନ୍ତି ପ୍ରାଥମିକ ଶିକ୍ଷକ - ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ


ଭୁବନେଶ୍ୱର, 03 ଅଗଷ୍ଟ (ହି.ସ.) ପ୍ରାଥମିକ ଶିକ୍ଷକ ଉପଯୁକ୍ତ ମର୍ଯ୍ୟାଦା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ କରିଛି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ । ସମସ୍ତ ବିଭାଗରେ ଉଚ୍ଚଶିକ୍ଷା ପାଇଁ ଅନୁମତି ଥିଲେ ବି ଏଯାଏଁ କନିଷ୍ଠ ଶିକ୍ଷକ ଉଚ୍ଚଶିକ୍ଷା ପାଇଁ ପାଉ ନାହାଁନ୍ତି ଏନଓସି । ମହିଳା ଶିକ୍ଷୟତ୍ରୀ ପାଉନାହାନ୍ତି ଋତୁସ୍ରାବ କାଳୀନ ଛୁଟି । ଯଦି ବିଭିନ୍ନ ଦାବିକୁ ସରକାର ଆଗାମୀ ୭ ଦିନ ମଧ୍ୟରେ ଅଗ୍ରାହ୍ୟ ନଦିଅନ୍ତି ତେବେ ଆଗାମୀ ସପ୍ତାହରୁ କନିଷ୍ଠ ଶିକ୍ଷକ କାର୍ଯ୍ୟବନ୍ଦ କରିବା ଚେତାବନୀ ଦେଇଛନ୍ତି। ଆଜି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ଓ ଆବହକଙ୍କ ସମେତ କନିଷ୍ଠ ଶିକ୍ଷକ ମାନେ ଯୋଗଦେଇଥିଲେ ।

ଏହି ଅବସରରେ ସଂଘର କର୍ମକର୍ତା ମାନେ କହିଥିଲେ ଯେ, ପୂର୍ବରୁ ଯେଉଁ ଗୁରୁତ୍ୱପୂର୍ଣ୍ଣ ଦାବି ଥିଲା ଠିକା ବ୍ୟବସ୍ଥା ହଟାଇ ସରକାର ନିୟମିତ ନିଯୁକ୍ତି ପ୍ରଦାନ କରନ୍ତୁ । ସେ ଦିଗରେ ସରକାର ତତ୍ପରତା ଦେଖାଇଛନ୍ତି । ୨୦୦୧ ମସିହାରେ ଶିକ୍ଷାସହାୟକ ଭଳି ଏକ ପ୍ରଥାକୁ ପ୍ରାଥମିକ ଶିକ୍ଷକଙ୍କ ନିମନ୍ତେ ପ୍ରଚଳନ କରାଯାଇଥିଲା । କିନ୍ତୁ ଗତକାଲି ସରକାରଙ୍କ ଦ୍ବାରା ଗଠିତ କମିଟି ଦ୍ବାରା ଏକ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ଓଡ଼ିଶାର ଶିକ୍ଷା ଇତିହାସରେ ଏହା ଏକ ଐତିହାସିକ ନିଷ୍ପତି ବୋଲି କହି ଧନ୍ୟବାଦ ଦେବା ସାଙ୍ଗକୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ( ଯୋଜନା ଭିତ୍ତିକ) ହଟାଇ ନିୟମିତ ଭାବେ ନିଯୁକ୍ତି ପ୍ରଦାନ କରିବା ପାଇଁ ପ୍ରସ୍ତାବିତ କରାଯାଇଛି, ଏଣୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଯଥାଶୀଘ୍ର ଏହାକୁ ଅନୁମୋଦନ କରି ନିୟାମକରେ ପରିଣତ କରନ୍ତୁ ବୋଲି କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି ।

ସେମାନେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ବାରା ପ୍ରସ୍ତୁତ କମିଟି ଦ୍ବାରା କରାଯାଇଥିବା ସୁଚିନ୍ତିତ ସୁପାରିସ ଗୁଡ଼ିକ (ତୁରନ୍ତ ସରକାରୀ ଆଇନ ରେ ପରିଣତ କରନ୍ତୁ । କନିଷ୍ଠ ଶିକ୍ଷୟତ୍ରୀ ମାନଙ୍କୁ ସମସ୍ତ ସରକାରୀ ମହିଳା କର୍ମଚାରୀ ମାନଙ୍କୁ ମିଳୁଥିବା ମାସିକ ଋତୁସ୍ରାବ ଜନିତ ଛୁଟି ଦେବା ପାଇଁ ବିଧବଦ୍ଧ ନିୟାମକ ବାହାର କରାଯାଉ । - କନିଷ୍ଠ ଶିକ୍ଷକ ମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ଆଗାମୀ ୭ ଦିନ ମଧ୍ୟରେ ଏନଓସି ଦେବା ପାଇଁ ନିୟାମକ ବାହାର କରାଯାଉ, ନଚେତ୍ ଆନ୍ଦୋଳନ ପନ୍ଥା ଆପଣେଇବାକୁ ସଂଘ ବାଧ୍ଯ ହେବ ବୋଲି ସେମାନେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande