ଧର୍ମଶାଳା,୩ ଅଗଷ୍ଟ - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ମିର୍ଜାପୁର ଗ୍ରାମର ଧର୍ମପରାୟଣ ମହିଳା ହେମଲତା ପଣ୍ଡାଙ୍କ ଦ୍ୱାଦଶ ଉପଲକ୍ଷେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସମାଜସେବୀ କାହ୍ନୁଚରଣ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସମାଜସେବୀ ସନ୍ତୋଷ କୁମାର ଜେନା,ଦୁର୍ଗାପ୍ରସନ୍ନ ଦାଶ, ପ୍ରହଲ୍ଲାଦ ପଣ୍ଡା,ଡ଼କ୍ଟର ଗୌତମ ଜେନା, ଯତୀନ ଦାଶ, ରବୀନ୍ଦ୍ର ନାଥ ମିଶ୍ର, ସଞ୍ଜୟ ଦାଶ, ଶିକ୍ଷକ ସୁବାସ ପଣ୍ଡା ଓ ଭଗବାନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଧର୍ମପରାୟଣ ମହିଳା ସ୍ୱର୍ଗତା ପଣ୍ଡାଙ୍କ ଜଣେ ସରଳ, ପରୋପକାରୀ ଓ ଧର୍ମପରାୟଣ ମହିଳା ଥିଲେ। ତାଙ୍କ କାର୍ଯ୍ୟଧାରା ଓ ଜୀବନୀ ଉପରେ ଅତିଥି ମାନେ ଆଲୋକପାତ କରିଥିଲେ।ଶିଶୁ ସୌରଭର ସଂପାଦକ ଅଭିମନ୍ୟୁ ଧଳ ସୂଚନା ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଇସ୍କନ ସଂଗଠନ ପକ୍ଷରୁ ଗୀତାଯଜ୍ଞ ଓ ପ୍ରବଚନ ଅନୁଷ୍ଠିତ ହୋଇଥିଲା। ବଡପୁଅ ଇଂଜିନିୟର ନିମାଇଁ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ