ଧର୍ମଶାଳା,୩ଅଗଷ୍ଟ(ହି.ସ.) - ଯାଜପୁର ଜିଲା ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ସୁଜନପୁର-କାକୁଡିକୁଦ ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିଥିଲା । ଏହି କଂକ୍ରିଟ ରାସ୍ତା ନିର୍ମାଣ ସରି ଯାଇଥିଲେ ମଧ୍ୟ ଅନେକ ସ୍ଥାନରେ ବ୍ୟକ୍ତିଗତ ଜମି ରହିଥିବାରୁ ବହୁ ସ୍ଥାନରେ କଂକ୍ରିଟ ରାସ୍ତା ହୋଇପାରି ନଥିଲା । ଫଳରେ ଏହି ରାସ୍ତାରେ ଶହଶହ ଜନ ସାଧାରଣ ଯାତାୟତରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଏ ରାସ୍ତାରେ ପୂର୍ବରୁ ବସ୍ ଓ ଆମ୍ବୁଲାନ୍ସଠାରୁ ଆରମ୍ଭ କରି କାର ,ଟ୍ରକ ଚଳାଚଳ କରୁଥିଲା । ଏବେ ଲଗାଣ ବର୍ଷା ହେବା ଫଳରେ ରାସ୍ତା ଅବସ୍ଥା ଶୋଚନୀୟ ହେବାରୁ ଗାଡି ଚଳାଚଳ ବନ୍ଦ ରହିଥିଲା । ଏନେଇ ସ୍ଥାନୀୟ ଲୋକେ ବରୀ ବିଧାୟକ ବିଶ୍ୱ ରଂଜନ ମଲ୍ଲିକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ଆଜି ବିଧାୟକ ଘଟଣାସ୍ଥଳରେ ପଂହଚି ଖରାପ ରାସ୍ତା ଓ ସେତୁ ଆପ୍ରୋଚ ରୋଡର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ । ବିଭାଗୀୟ ଯନ୍ତ୍ରୀ ଓ ଯାଜପୁର ଟାଉନ ଏସଡିପିଓ ପ୍ରଶାନ୍ତ କୁମାର ମାଝିଙ୍କ ସହ ଆଲୋଚନା କରି ତୁରନ୍ତ ଅସ୍ଥାୟୀଭାବେ ଡ୍ରଷ୍ଟ ପକାଇ ମରାମତି କରିବାକୁ ପରାମର୍ଶ ଦେଇଥିଲେ । ଏବଂ ବ୍ୟକ୍ତିଗତ ଜମି ଯାଇଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରାଯିବା ସହ ଏନେଇ ଜିଲାପାଳ ଓ ଉଚ୍ଚ କତୃପକ୍ଷଙ୍କ ସହ ଆଲୋଚନା କରାଯାଇ କ୍ଷତି ପୂରଣ ଦେବା ସହ ସ୍ଥାୟୀ ପ୍ରତିକାର କରାଯିବ ବୋଲି ବିଧାୟକ ଶ୍ରୀ ମଲ୍ଲିକ କହିଛନ୍ତି । ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ,ବରିଷ୍ଠ ନେତା ଗଣେଶ ମହାକୁଡ,ଜିଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ,ସୁଜନପୁର ପଂଚାୟତର ପୂର୍ବତନ ସରପଂଚ ଅଶୋକ କୁମାର ମହାନ୍ତି,ପୂର୍ବତନ ସମିତି ସଭ୍ୟ ପ୍ରଫୁଲ୍ଲ ପରିଡା,ଦିବ୍ୟ ଶଙ୍କର ମହାନ୍ତି,ଏରବାଙ୍କ ସରପଂଚ କୃପାସିନ୍ଧୁ ମଲ୍ଲିକ,ରୁଦ୍ରପୁର ସରପଂଚ କରୁଣାକର ଆଚାର୍ଯ୍ୟ ,ପ୍ରିୟନାଥ ରାଉତ,ବନମାଳୀ ମଲିକ,ଦିଲିପ କୁମାର ଜେନା,ଉତ୍କଳ ଜେନା,ସୁରେନ୍ଦ୍ର ରାଉତ,ସୁବାଶ ରାଉତ,କାଶିନାଥ ବିଶ୍ୱାଳ,ବାଦଲ ରାୟ,ଚନ୍ଦନ ବିଶ୍ୱାଳ , ଶ୍ରୀଧର ରଣାଙ୍କ ସମେତ ଯୁବନେତା କାହ୍ନୁ ଚରଣ ପରିଡା,ମୃତ୍ୟୃଞ୍ଜୟ ଦାସଙ୍କ ସମେତ ବହୁ ବରିଷ୍ଠ କର୍ମକର୍ତା,ଯୁବନେତା ,ସ୍ଥାନୀୟ ଜନପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ । ଖୁବ ଶୀଘ୍ର ଏହି ରାସ୍ତା ମରାମତି ହେବ ବୋଲି ଅଂଚଳବାସୀ ଆଶାବାଦୀ ଅଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ