ଭିଜିଲାନ୍ସ ଜାଲରେ ଆଉ ଏକ ବଡ ମାଛ, ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା
ବୌଦ୍ଧ, ୩ ଅଗଷ୍ଟ (ହି.ସ.) - ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଏମ୍‌ଭିଆଇ ଗୋଲାପଚନ୍ଦ୍ର ହାଁସଦା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏମଭିଆଇ ଗୋଲାପଚନ୍ଦ୍ର ହାଁସଦାଙ୍କ ଅଫିସ, ବାସଭବନ ସମେତ ଭୁବନେଶ୍ୱର, ବୌଦ୍ଧ ଓ ମୟୂରଭଂଜର ୬ଟି ଠିକଣାରେ ରେଡ୍ କରାଯାଇଛି । ବୌଦ୍ଧ ଜିଲା ଆଂଚଳିକ ପରିବହନ କାର୍
ପୂର୍ବରୁ ଭିଜିଲାନ୍ସ ଜାଲରେ ଆରଟିଓ ପଡିଥିବା ବେଳେ ଏବେ ଏମ୍‌ଭିଆଇ ଙ୍କ ପାଳି ପଡିଛି


ପୂର୍ବରୁ ଭିଜିଲାନ୍ସ ଜାଲରେ ଆରଟିଓ ପଡିଥିବା ବେଳେ ଏବେ ଏମ୍‌ଭିଆଇ ଙ୍କ ପାଳି ପଡିଛି୧


ବୌଦ୍ଧ, ୩ ଅଗଷ୍ଟ (ହି.ସ.) - ଭିଜିଲାନ୍ସ ଜାଲରେ ପଡିଛନ୍ତି ବୌଦ୍ଧ ଏମ୍‌ଭିଆଇ ଗୋଲାପଚନ୍ଦ୍ର ହାଁସଦା । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏମଭିଆଇ ଗୋଲାପଚନ୍ଦ୍ର ହାଁସଦାଙ୍କ ଅଫିସ, ବାସଭବନ ସମେତ ଭୁବନେଶ୍ୱର, ବୌଦ୍ଧ ଓ ମୟୂରଭଂଜର ୬ଟି ଠିକଣାରେ ରେଡ୍ କରାଯାଇଛି । ବୌଦ୍ଧ ଜିଲା ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବା ନେଇ ଅନେକ ଖବର ପୂର୍ବରୁ ପ୍ରକାଶିତ ହୋଇଛି କ୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ପରିବହନ କାର୍ଯ୍ୟାଳୟ କୁ ଦଲାଲ ମୁକ୍ତ କରାଯିବା ପରେ ଏବେ କେତେକ କର୍ମଚାରୀ ନିଜେ ଦଲାଲ ସାଜି ଖୋଲାଖୋଲି ବିଭିନ୍ନ କାମ ପାଇଁ ମନ ଇଛା ଟଙ୍କା ଆଦାୟ କରାଯାଉଛି କ୍ଷ ଏକ ବର୍ଷ ମଧ୍ୟରେ ହୋଇଥିବା ୨ ଟି ଭିଜିଲାନ୍ସ ଚଢ଼ାଉ ଖବର ର ସତ୍ୟତା କୁ ପ୍ରମାଣିତ କରିଛି କ୍ଷ ପୂର୍ବରୁ ଭିଜିଲାନ୍ସ ଜାଲରେ ଆରଟିଓ ପଡିଥିବା ବେଳେ ଏବେ ଏମ୍‌ଭିଆଇ ଙ୍କ ପାଳି ପଡିଛି କ୍ଷ ବୌଦ୍ଧ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ଜାଗାରେ ଚଢାଉ ଚାଲିଛି । ବାରିପଦା ପ୍ରଫୁଲ୍ଲ ନଗରରେ ଗୋଲାପଙ୍କର ବାସଭବନ, ବୌଦ୍ଧରେ ଥିବା ଭଡ଼ାଘର, ବୌଦ୍ଧ ଆରଟିଓ ଅଫିସ୍ ରେ ଥିବା ତାଙ୍କ ଚାମ୍ବରରରେ ଚଢାଉ କରୀଛନ୍ତି ଭିଜିଲାନ୍ସ । ଏଥିସହ ମୟୂରଭଞ୍ଜ ଖୁଂଟାସ୍ଥିତ ଗୁଡ଼ିଡିହା ଗାଁରେ ଥିବା ପୈତୃକ ଘର, ଭୁବନେଶ୍ୱର ପାଣ୍ଡରାରେ ଥିବା ତାଙ୍କ ଝିଅଙ୍କର ଫ୍ଲାଟ୍ ଏବଂ ବାରିପଦାରେ ଥିବା ସମ୍ପର୍କୀୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦାଙ୍କର ଗୋଟିଏ ବହୁତଳ ପ୍ରାସାଦ ଓ ୩୬ଟି ପ୍ଲଟ୍ ଥିବା ଜାଣିବାକୁ ପାଇଛି ଭିଜିଲାନ୍ସ। ତେଣେ ତାଙ୍କର ପୋଷ୍ଟ ଅଫିସ୍ ଓ ବ୍ୟାଙ୍କରେ ୫୬ ଲକ୍ଷ ଟଙ୍କାର ଜମା ଥିବା ବି ଜଣାଯାଇଛି। ଖାଲି ସେତିକି ନୁହେଁ, ସେ ନିଜ ଝିଅର ମେଡିକାଲ୍ ପାଠପଢ଼ା ବାବଦରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବୌଦ୍ଧ ଏମ ଭି ଆଇ ଗୋଲାପ ଚନ୍ଦ୍ର ହାଁସଦା। ଏହାଛଡ଼ା ୨ ଲକ୍ଷ ୩୮ ହଜାର ୭୨୫ ଟଙ୍କା ନଗଦ, ୨୫୦ ଗ୍ରାମ୍ ସୁନା ଓ ୪୦୦ ଗ୍ରାମ୍ ରୁପା ଜବତ କରିଛି ଭିଜିଲାନ୍ସ। ତାଙ୍କର ଗୋଟିଏ ଚାରିଚକିଆ ଓ ତିନିଟି ବାଇକ୍ ଥିବା ବି ଜଣାଯାଇଛି। ଏହି ଚଢଉରେ ୪ ଜଣ ଡିଏସପି,୭ ଇନ୍ସିପେକ୍ଟର ଏବଂ କର୍ମଚାରୀମାନେ ସାମିଲ ହୋଇଛନ୍ତି । ସୂଚନା ଯୋଗ୍ୟ ଯେ, ଗତ ୨୦୨୪ ଫେବୃଆରୀ ମାସରେ ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ବୌଦ୍ଧ ସହରସ୍ଥିତ ଜଗନ୍ନାଥ ବିହାରରେ ରହୁଥିବା ଭଡାଘର ଉପରେ ଓ ସରକାରୀ କାର୍ଯ୍ୟାଳୟରେ ସମେତ ରାଜ୍ୟର ୧୦ଟି ସ୍ଥାନରେ ଏକ କାଳିନ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢଉ କରାଯାଇ ନଗଦ ଟଙ୍କା ସହିତ ବହୁ ଗୁରୁତ ପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା । ଏହାର ଗୋଟିଏ ବର୍ଷ ପରେ ଆଜି ପୁଣି ଭିଜିଲାନ୍ସ ଏମଭିଆଇଙ୍କ ଘରେ ଚଢଉ କରିଛି ।

ହିନ୍ଦୁସ୍ଥାନ ସମାଚାର / ସମ୍ପତ


 rajesh pande